‘ମୁଁ ୧୫ ମହିଳାଙ୍କୁ ହତ୍ୟା କରିନି ବରଂ ସେମାନଙ୍କୁ ମୁକ୍ତି ଦେଇଛି’, ଗୋଆରେ ଦୁଇ ମହିଳାଙ୍କୁ ହତ୍ୟା କରିଥିବା ରୁଷ ନାଗରିକର ବଡ଼ ଦାବି

NEWS7
israel-carries-out-airstrikes-on-hamas-targets

ନୂଆଦିଲ୍ଲୀ: ଗୋଆରେ ଜଣେ ରୁଷିୟ ନାଗରିକଙ୍କୁ ଗିରଫ କରାଯାଇଛି । ଗିରଫ ରୁଷ ନାଗରିକ ୧୫ ଜଣ ମହିଳାଙ୍କୁ ହତ୍ୟା କରିଥିବା ଦାବି କରିଛି । ଅଭିଯୁକ୍ତର ଦାବି, 'ମୁଁ ସେମାନଙ୍କୁ ମାରି ନାହିଁ ବରଂ ସେମାନଙ୍କୁ ମୁକ୍ତି ପ୍ରଦାନ କରିଛି ।' ତେବେ ପୋଲିସ କେବଳ ଦୁଇ ମହିଳାଙ୍କ ହତ୍ୟା କଥା ଜାଣିଛି । ହତ୍ୟାର ଶିକାର ହୋଇଥିବା ଦୁଇ ମହିଳା ମଧ୍ୟ ରୁଷିଆ ନାଗିରକ ଥିଲେ । ଗୋଆ ପୋଲିସ ଅନୁସାରେ, ରୁଷ ନାଗରିକ ଆଲେକ୍ସି ଲିଓନୋଭ ଋଣ  ଟଙ୍କା ଓ ଏକ ରବର୍ କ୍ରାଉନକୁ ନେଇ ମହିଳାଙ୍କୁ ହତ୍ୟା କରିଛି ।

ଦୁଇ ପୀଡିତଙ୍କ ପରିଚୟ ଏଲେନା ଭାନେଭା ଏବଂ ଏଲେନା କାଷ୍ଟାନାନୋଭା ଭାବରେ ଜଣାପଡ଼ିଛି । ଦୁହେଁ ରୁଷ ନାଗରିକ ଏବଂ ଅଭିଯୁକ୍ତର ବନ୍ଧୁ ଥିଲେ । ସେମାନଙ୍କ ମଧ୍ୟରୁ ଜଣେ, ଏଲେନା କାଷ୍ଟାନାନୋଭା ଜଣେ ଫାୟାର ଡ୍ୟାନ୍ସର । ସେ ଅଭିଯୁକ୍ତଙ୍କଠାରୁ କିଛି ଟଙ୍କା ଏବଂ ଏକ ଫାୟାର କ୍ରାଉନ୍ ଋଣ ନେଇଥିଲେ । ନୃତ୍ୟଶିଳ୍ପୀମାନେ ଏହି ମୁକୁଟକୁ ନିଜ ମୁଣ୍ଡରେ ନିଆଁ ଲଗାଇବା ପାଇଁ ବ୍ୟବହାର କରନ୍ତି ।

ଅଭିଯୁକ୍ତ ଜଣକ ଜଣେ ଆତସବାଜି କଳାକାର ମଧ୍ୟ ଥିଲେ । ସୂତ୍ର ଅନୁଯାୟୀ, ଅନ୍ୟ ମହିଳା ଜଣକ ମଧ୍ୟ ତାଙ୍କଠାରୁ ଟଙ୍କା ଧାର ନେଇଥିଲେ । ତେବେ ଉଭୟ ପୀଡିତା ଆଲେକ୍ସିଙ୍କୁ ଟଙ୍କା ଏବଂ ମୁକୁଟ ଫେରାଇବାରେ ସକ୍ଷମ ହୋଇନଥିଲେ । ଏଥିରେ ରାଗିଯାଇ ସେ ଜାନୁଆରୀ ୧୪ ଏବଂ ୧୫ରେ ଦୁଇ ଭିନ୍ନ ଭିନ୍ନ ଦିନରେ ସେମାନଙ୍କ ଗଳା କାଟି ଦେଇଥିଲେ । ପରବର୍ତ୍ତୀ ସମୟରେ ପୋଲିସ ମାଣ୍ଡ୍ରେମ୍ ଅଞ୍ଚଳରେ ସନ୍ଦେହଜନକ କାର୍ଯ୍ୟକଳାପ ବିଷୟରେ ସୂଚନା ପାଇଥିଲା । ସେମାନେ ତାକୁ ଅଟକ ରଖି ପଚରାଉଚରା ଆରମ୍ଭ କରିଥିଲା । ପ୍ରାରମ୍ଭିକ ପଚରାଉଚରା ସମୟରେ ସେ ଦୁଇ ଜଣ ମହିଳାଙ୍କ ହତ୍ୟା କଥାକୁ ସ୍ୱୀକାର କରିଥିଲା ।

ଅଭିଯୁକ୍ତ ଜଣକ ପୋଲିସକୁ କହିଥିଲା ଯେ ସେ ୧୫ ଜଣ ରଷିଆନ୍ ମହିଳାଙ୍କ ପାଇଁ "ମୁକ୍ତି" ଆଣିଛି । ସେ ହତ୍ୟାକୁ ଅପରାଧ ନୁହେଁ, ଏକ ଧାର୍ମିକ କାର୍ଯ୍ୟ ବୋଲି ବିବେଚନା କରେ । ତେବେ ପୋଲିସର ସନ୍ଦେହ ଯେ ତଦନ୍ତକୁ ବାଟମଣା କରିବା ପାଇଁ ଅଭିଯୁକ୍ତ ଏପରି ଦାବି କରୁଛି । ଏପର୍ଯ୍ୟନ୍ତ ମହିଳାଙ୍କ ମୃତଦେହ ସହିତ ଜଡିତ କେବଳ ଦୁଇଟି ସୁରାକ ମିଳିଛି ।

ଆଲେକ୍ସି ଲିଓନୋଭଙ୍କ ପାଖରେ ଭାରତ ପାଇଁ ଦୀର୍ଘକାଳୀନ ଭିସା ଅଛି

ସୂତ୍ର ଅନୁସାରେ, ଆଲେକ୍ସି ଭାରତର ଏକ ଦୀର୍ଘକାଳୀନ ଭିସା ଧରିଥିଲେ ଏବଂ କାମ ପାଇଁ ଦେଶର ଅନେକ ସହରରେ ରହୁଥିଲେ । ସେ ପ୍ରାୟତଃ ଗୋଆ ଗସ୍ତ କରୁଥିଲେ ଏବଂ ଗତ ଡିସେମ୍ବରରେ ଫେରି ଆସିଥିଲେ । ସୂତ୍ର ଅନୁସାରେ ଆଲେକ୍ସି କିଛି ଅଜବ କାମ କରୁଥିଲେ ଏବଂ ଦିନ ତମାମ ବୁଲୁଥିଲା । ଅଭିଯୁକ୍ତ ଜଣକ ପ୍ରାୟ ଗୋଟିଏ ମାସ ଧରି ବେକାର ଥିଲେ।