ବାଲିଯାତ୍ରା ୨୦୨୫
LIVE TV

ଆସନ୍ତା ୧୮-୧୯ରେ ଜିଲ୍ଲାପାଳ ଓ ଏସ୍ପି ସମ୍ମିଳନୀ, ସରକାରୀ ଯୋଜନା ଏବଂ ଆଇନଶୃଙ୍ଖଳା ସ୍ଥିତି ନେଇ ହେବ ଆଲୋଚନା

NEWS7
irrfan-khan-childhood-unseen-pictures-from-rajasthan-tonk

ଭୁବନେଶ୍ୱର ୧୨।୧୧ : ଆସନ୍ତା ୧୮ରେ ଜିଲ୍ଲାପାଳ ଓ ଏସ୍ପି ସମ୍ମିଳନୀ । ୧୮ ତାରିଖରୁ ଆରମ୍ଭ ହୋଇ ଏହା ଦୁଇ ଦିନ ଧରି ଚାଲିବ । ଲୋକସେବା ଭବନରେ କନ୍ଭେନସନ ସେଣ୍ଟରରେ ୧୮ ଓ ୧୯ ତାରିଖରେ ହେବ ଜିଲ୍ଲାପାଳ ଓ ଏସ୍ପି ସମ୍ମିଳନୀ । ଏଥିରେ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ସମସ୍ତ ସରକାରୀ ଯୋଜନା ଏବଂ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ନେଇ ଆଲୋଚନା କରାଯିବ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ସମ୍ମିଳନୀରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଏସ୍ପିମାନେ ସାମିଲ ହେବ । ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ କାର୍ଯ୍ୟପନ୍ଥା ନେଇ ମାର୍ଗଦର୍ଶନ କରିବେ ।

ସମୃଦ୍ଧ ଓଡ଼ିଶା ଗଠନ ଉପରେ ରାଜ୍ୟ ସରକାର ଜୋର ଦେଉଛନ୍ତି । ଦ୍ରୁତ ବିକାଶ ପାଇଁ ତୃଣମୂଳସ୍ତରକୁ ଅଧିକ ଫୋକସ୍ କରାଯାଉଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନାକୁ ତ୍ୱରିତ କାର୍ଯ୍ୟକାରୀ କରିବା ସହ ଯୋଗ୍ୟ ହିତାଧିକାରୀମାନେ ଯେଭଳି କୌଣସି ସରକାରୀ ସୁବିଧାରୁ ବଞ୍ଚିତ ନହୁଅନ୍ତି ତାକୁ ସରକାର ଅଗ୍ରାଧିକାର ଦେଉଛନ୍ତି । ଏଥିରେ ଜିଲ୍ଲାପାଳମାନଙ୍କ ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ। ଜିଲ୍ଲାପାଳମାନେ ତୃଣମୂଳସ୍ଥରରେ ସମ୍ମୁଖୀନ ହେଉଥିବା ସମସ୍ୟା ଉପରେ ସମ୍ମିଳନୀରେ ତର୍ଜମା ହେବ। ସରକାର ଶିଳ୍ପାୟନକୁ ଅଗ୍ରାଧିକାର ଦେଉଥିବାରୁ ଜମି ଅଧିଗ୍ରହଣରୁ ଆଇନ ଶୃଙ୍ଖଳା ଯାଏ ଯେଭଳି ସୁରୁଖୁରୁରେ ହେବ ତାକୁ ଗୁରୁତ୍ୱ ଦେଇ ଜିଲ୍ଲାପାଳ ଓ ଏସ୍ପିମାନେ କାମ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଉଛନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ, ଜଳସେଚନ, ଶିଳ୍ପ ଓ ମହିଳା ବିକାଶ ଭଳି ପ୍ରସଙ୍ଗରେ ଚଳିତ ଥର ଅଧିକ ଚର୍ଚ୍ଚା ହେବ ବୋଲି ଅନୁମାନ କରାଯାଉଛି। ମୁଖ୍ୟ ଶାସନ ସଚିବଙ୍କ ସହ ସବୁ ଜିଲ୍ଲାର ଜିଲ୍ଲାପାଳ, ଏସପି, ବିଭାଗୀୟ ସଚିବ ଓ ମନ୍ତ୍ରୀମାନେ ବୈଠକରେ ସାମିଲ ହେବେ ।

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ମୋହନ ମାଝୀ ଗତ ବର୍ଷ ସେପ୍ଟେମ୍ବର ୨୭ ଓ ୨୮ରେ ଏ ସମ୍ମିଳନୀ ଡାକିଥିଲେ। ଜିଲ୍ଲାପାଳ ଓ ଏସ୍ପିମାନେ ବିନା ଭୟରେ କାମ କରିବାକୁ ପରାମର୍ଶ ଦେଇଥିଲେ । କୌଣସି ପରିସ୍ଥିତିରେ ଦୁର୍ନୀତିକୁ ବରଦାସ୍ତ କରାଯିବନି ବୋଲି ମଧ୍ୟ ଚେତାବନୀ ଦେଇଥିଲେ ।