LIVE TV

କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ, ଅଟକି ରହିଛି ଅନେକ ଗାଡ଼ି

NEWS7
if-your-wife-has-these-5-good-habits-then-you-will-be-lucky

କଳାହାଣ୍ଡି ୦୩।୧୧ : ଗ୍ରାମବାସୀଙ୍କ ଅବରୋଧ । ଦୁର୍ଘଟଣାରେ ମୃତ୍ୟୁ ପରେ କ୍ଷତିପୂରଣ ଦାବି ନେଇ ଗ୍ରାମବାସୀଙ୍କ ପକ୍ଷରୁ ବିଜୁ ଏକ୍ସପ୍ରେସ୍‌ଓ୍ୱେ ଅବରୋଧ କରାଯାଇଛି । କଳାହାଣ୍ଡି ଜିଲ୍ଲା କୋକସରା ଥାନା ବିଜୁ ଏକ୍ସପ୍ରେସ୍‌ ଓ୍ୱେ ନିକଟରେ ରାସ୍ତା ଅବରୋଧ ହୋଇଛି ।

ରବିବାର କଳାହାଣ୍ଡି ଜିଲ୍ଲା କୋକସରା ଥାନା ବିଜୁ ଏକ୍ସପ୍ରେସ୍‌ ଓ୍ୱେରେ ଥିବା ଏକ ଢାବା ନିକଟରେ ଖୁଣ୍ଟିଆ ଗାଁର ତରୁଣ ଦୁର୍ଗା ନାମକ ବୃଦ୍ଧଙ୍କୁ ଆଇଚର ଗାଡ଼ି ଧକ୍କା ଦେଇଥିଲା । ଦୁର୍ଘଟଣା ପରେ ଡ୍ରାଇଭର ଏବଂ ହେଲପର ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ଅନ୍ୟପଟେ ଦୁର୍ଘଟଣା ପରେ ଗୁରୁତର ବୃଦ୍ଧଙ୍କୁ କୋକସରା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । କୋକସରା ହସ୍ପିଟାଲରେ ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁ ହୋଇଥିବା ବୃଦ୍ଧଙ୍କ ପରିବାର ଓ ଗ୍ରାମବାସୀଙ୍କ ପକ୍ଷରୁ ରାସ୍ତା ଅବରୋଧ କରାଯାଇଛି। କ୍ଷତିପୂରଣ ଚାଲିଛି ରାସ୍ତା ଅବରୋଧ । ଯାହାଫଳରେ ଶହ ଶହ ଗାଡ଼ି ଅଟକି ରହିଛି । ବାକି କୋକସରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି ।