ପୁରୀ ସମୁଦ୍ର କୂଳରେ ଅଘଟଣ, ସ୍ନାନ ବେଳେ ବୁଡ଼ିଗଲେ ୫ ପର୍ଯ୍ୟଟକ

NEWS7
ieshaan-sehgaal-and-miesha-iyer-private-video-goes-viral

ପୁରୀ ୧୫।୦୨ : ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ । ସମୁଦ୍ରରେ ସ୍ନାନ କରୁଥିବା ବେଳେ ରିପ୍ କରେଣ୍ଟରେ ବୁଡ଼ିଗଲେ ପାଞ୍ଚ ଜଣ ପର୍ଯ୍ୟଟକ । ସମସ୍ତଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସମୁଦ୍ର କୂଳରେ ସେକ୍ଟର୨ ଓ ସେକ୍ଟର ୧୦ରେ ଘଟିଛି ଅଘଟଣ ।

ଖବର ଅନୁଯାୟୀ, ସମୁଦ୍ର କୂଳ ସେକ୍ଟର ୨ ଦିଗବାରେଣୀ ଠାରେ ଖୋର୍ଦ୍ଧା ମଞ୍ଚେଶ୍ୱରର ବିଭୂ ଦାସ, ହାପି ଦାସ, ସୁଗ୍ୟାନ ଦାସ ଗାଧୋଉଥିଲେ । ଏହି ସମୟରେ ହଠାତ୍ ବୁଡ଼ିଯାଇଥିଲେ । ଏହାପରେ ସମୁଦ୍ର କୂଳରେ ଉପସ୍ଥିତ ଥିବା ଲାଇଫ୍ ଗାର୍ଡମାନେ ପର୍ଯ୍ୟଟକଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଛନ୍ତି ।

ସେହିପରି ସମୁଦ୍ର କୂଳ ସେକ୍ଟର ୧୦ରେ କଟକର ବିରଞ୍ଚି ନାରାୟଣ ସ୍ବାଇଁ ଏବଂ ବସନ୍ତ କୁମାର ସାମଲ ଗାଧୋଉଥିବା ବେଳେ ବୁଡ଼ିଯାଇଥିଲେ। ସମସ୍ତ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପରେ ଲାଇଫ ଗାର୍ଡ ମାନେ ତୁରନ୍ତ ପ୍ରାଥମିକ ଚିକିତ୍ସା ଯୋଗାଇଥିଲେ। ବାରମ୍ବାର ପୁରୀ ସମୁଦ୍ରରେ ଏଭଳି ଅଘଟଣ ଘଟୁଥିବା ବେଳେ ପ୍ରଶାସନର ଅବହେଳା ଏବଂ ପର୍ଯ୍ୟଟକଙ୍କ ମଧ୍ୟରେ ସଚେତନତା ଅଭାବକୁ ଦାୟୀ କରାଯାଇଛି।