ସନ୍ଥ କବି ଭୀମ ଭୋଇଙ୍କ ତିରୋଧାନ ଦିବସରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ

NEWS7
how-air-conditioner-safe-for-pocket-and-health

ଭୁବନେଶ୍ବର ୧୫।୨: ଆଜି ହେଉଛି ସନ୍ଥ କବି ଭୀମ ଭୋଇଙ୍କ ତିରୋଧାନ ଦିବସ । ଏହି ଅବସରରେ ବିଧାନସଭା ପରିସରରେ ଥିବା ସନ୍ଥ କବି ଭୀମ ଭୋଇଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପଗୁଚ୍ଛ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ଏ ଖବର ବି ପଢ଼ନ୍ତୁ:- ​​​​​​​ମୃତ୍ୟୁ ବି ଏମିତି ଆସେ.. ମର୍ଣ୍ଣିଂ ଓ୍ବାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ସେ ସରଳ ଭାଷାରେ କବିତା ଲେଖୁଥିଲେ । ଯାହା ସମାଜ ଉଦ୍ଧାର ପାଇଁ କାର୍ଯ୍ୟରେ ଆସୁଥିଲା । ଦୁଃଖୀ ଅରକ୍ଷିତଙ୍କ ବିକାଶ ପାଇଁ ଚିନ୍ତାଧାରା ଯୋଗୁଁ ତାଙ୍କୁ ବିଶ୍ୱ ଦରବାରରେ ସନ୍ଥର ଆଖ୍ୟା ଦିଆଯାଇଛି । ଯିଏ ନିଜ କବିତା ମାଧ୍ୟମରେ ଜନକଲ୍ୟାଣକୁ ପ୍ରାଥମିକତା ଦେଇଥିବା ନେଇ ମୁଖ୍ୟମନ୍ତ୍ରୀ ମତ ପ୍ରକାଶ କରିଛନ୍ତି ।

ଏ ଖବର ବି ପଢ଼ନ୍ତୁ:-  ଭାରତ-ପାକିସ୍ତାନ ମ୍ୟାଚ୍‌ରେ ପାଣି ଭଳି ଟଙ୍କା ଖର୍ଚ୍ଚ : ୧୦ ସେକେଣ୍ଡର ବିଜ୍ଞାପନ ପାଇଁ ଲାଗିବ ୪୦ ଲକ୍ଷ

ଅନ୍ୟମାନଙ୍କ ମଧ୍ୟରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ବାଚସ୍ପତି ସୁରମା ପାଢ଼ୀ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।