LIVE TV
LIVE TV

୯ରେ ବାରବାଟୀ ଟି-ଟ୍ୱେଣ୍ଟି: ଆଜି ଅନ୍‌ଲାଇନରେ ମିଳିବ ଟିକେଟ, ଅପରାହ୍ନରୁ ଉପଲବ୍ଧ

NEWS7
holi-indian-festival-which-color-shows-different-planet

କଟକ ୦୧/୧୨: ବାରବାଟୀ ଟି-୨୦ ମ୍ୟାଚ୍ ପାଇଁ ଆରମ୍ଭ ହୋଇଛି କାଉଣ୍ଟ ଡାଉନ୍ । ହାତରେ ସପ୍ତାହେ ସମୟ ଥିବାବେଳେ ଆଜି ଅନଲାଇନରେ ଉପଲବ୍ଧ ହେବ ଟିକେଟ । ଗତ ମ୍ୟାଚ୍ ତୁଳନାରେ ଏଥର ଟିକେ୍ଟ ସଂଖ୍ୟା ହ୍ରାସ ପାଇଛି । ଅର୍ଥାତ୍ ୪ହଜାର ପରିବର୍ତ୍ତେ ଏଥର ମାତ୍ର ୨ହଜାର ଟିକେଟ୍ ଦର୍ଶକଙ୍କ ପାଇଁ ଅନଲାଇନରେ ଉପଲବ୍ଧ ହେବ । ସେହିପରି ଅଫଲାଇନରେ ମଧ୍ୟ ଟିକେଟ୍ ସଂଖ୍ୟା କମିଛି ।

ଷ୍ଟାଡିଅମର କିଛି ଗ୍ୟାଲେରୀ ଦୁର୍ବଳ ଥିବାରୁ ଦର୍ଶକଙ୍କ ସୁରକ୍ଷା ଓ ସୁବିଧା ପାଇଁ ଏଭଳି ପଦକ୍ଷେପ ନିଆଯାଇଥିବା କହିଛନ୍ତି ଓସିଏ କର୍ତ୍ତୃପକ୍ଷ । ଏହାଦ୍ବାରା ଗ୍ୟାଲେରୀ ସିଟ୍ ୨ରୁ ଅଢ଼େଇ ହଜାର ହ୍ରାସ ପାଇଥିବା ବେଳେ ୧୯ ଇଞ୍ଚ ବିଶିଷ୍ଟ ସିଟ୍କୁ ୨୨ ଇଞ୍ଚ କରିବାକୁ ନିଷ୍ପତ୍ତି ନିଆଯାଇଛି ।ବାରବାଟୀ ଲଢ଼େଇଆଜିଠୁ ଅନ୍ଲାଇନ୍ ଟିକେଟ୍ । ଅନଲାଇନ୍ରେ ମୋଟ ୨୦୦୦ ଟିକେଟ୍ ବିକ୍ରି ହେବ । ଡିଷ୍ଟ୍ରିକ୍ଟ ବାଏ ଜୋମୋଟୋରେ ଉପଲବ୍ଧ ହେବ ଟିକେଟ୍ । ଅନଲାଇନ୍ ଟିକେଟ୍ କ୍ରେତା ଡିସେମ୍ବର ୮ ଓ ୯ରେ ପାଇବେ ଟିକେଟ୍ ।

ଅଫଲାଇନ୍‌ରେ ବିକ୍ରି ହେବ ୧୧,୦୦୦ ଟିକେଟ୍ । ମୋଟ ସିଟ୍ ସଂଖ୍ୟା: ୪୨,୦୦୦, ଗ୍ୟାଲେରୀ ନମ୍ବର ୧ ଓ ୩: ୧୧୦୦ ଟଙ୍କା । ଗ୍ୟାଲେରୀ ନମ୍ବର ୨ ଓ ୪: ୯୦୦ ଟଙ୍କା । ଗ୍ୟାଲେରୀ ନମ୍ବର ୫: ୧୨୦୦ ଟଙ୍କା, ଗ୍ୟାଲେରୀ ନମ୍ବର ୭: ୭୦୦ ଟଙ୍କା, ସ୍ପେଶାଲ ଏନ୍‌କ୍ଲୋଜର: ୬,୦୦୦ ଟଙ୍କା, ଏସି ବକ୍ସ: ୮,୦୦୦ ଟଙ୍କା, ନ୍ୟୁ ପାଭିଲିୟନ୍: ୧୦,୦୦୦ ଟଙ୍କା, କର୍ପୋରେଟ୍ ବକ୍ସ: ୨୦,୦୦୦ ଟଙ୍କା, ମ୍ୟାଚ୍ ପାଇଁ ସିଟ୍ ମଧ୍ୟରେ ବ୍ୟବଧାନ ୨୨ ଇଞ୍ଚ୍ ରହିବ ।