ବ୍ରେକ ଫେଲ ହୋଇ କାନ୍ଥକୁ ପିଟିଲା ଟ୍ରକ୍, ୨ କିମିି ଯାଏ ଏନଏଚ ଜାମ୍‌

NEWS7
highest-positive-case-in-odisha-today

ଭଦ୍ରକ: ରାଜପଥରେ ବ୍ରେକ ଫେଲ ହୋଇ କାନ୍ଥକୁ ପିଟିଲା ଟ୍ରକ୍। ରାସ୍ତା ଉପରେ ଅଟକିଲ ଗାଡ଼ି। ରାଜପଥରେ ୨ କିଲୋମିଟର ଜାମ। ୧୬ ନମ୍ୱର୍ ଜାତୀୟ ରାଜପଥର ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ଧାମରା ରେଳ ବ୍ରିଜ ନିକଟରେ ଏହି ଦୁର୍ଘଟଣା ଘଟିଛି। ନାଗାଲାଣ୍ଡ ନମ୍ବର୍ ଥିବା ଏକ ଟ୍ରକ୍ ବ୍ରେକ ଫେଲ୍ ହୋଇ ରାସ୍ତା ପାର୍ଶ୍ଵ କାନ୍ଥରେ ଧକ୍କା ହୋଇଥିଲା। ଦୁର୍ଘଟଣା ଯୋଗୁଁ ଭଦ୍ରକରୁ ବାଲେଶ୍ବର ଯାତାୟତ ବାଧାପ୍ରାପ୍ତ ହୋଇଛି। ରାଜପଥରେ ୨ କିଲୋମିଟର ପର୍ଯ୍ୟନ୍ତ ଜାମ ଲାଗି ରହିଛି।