ପଇସା ଛାଣୁଛି ରଣଭୀର ସିଂଙ୍କ ଫିଲ୍ମ 'ଧୁରନ୍ଧର', ବକ୍ସ ଅଫିସରେ କରୁଛି ରାଜ୍

NEWS7
gupkar-gang-wants-to-bring-j-k-back-to-era-of-terror-amit-shah

ମୁମ୍ବାଇ ୦୯।୧୨: ବଲିଉଡ ଅଭିନେତା ରଣଭୀର ସିଂ ଏଥର ସମସ୍ତଙ୍କୁ ପଛରେ ପକାଇ ଦେଇଛନ୍ତି । ଫିଲ୍ମ 'ଧୁରନ୍ଧର' ବକ୍ସ ଅଫିସରେ ସେନସେସନ ସୃଷ୍ଟି କରିଛି । ବହୁତ ଦିନ ପରେ ରଣଭୀରଙ୍କ ଫିଲ୍ମ ରିଲିଜ୍ ହୋଇଛି ଏବଂ ଧମାଲ କରୁଛି । ଗତ ୫ ତାରିଖରେ ସିନେମାଘରକୁ ଆସିଥିଲା। ରିଲିଜ୍ ପରଠୁ ଫିଲ୍ମକୁ ନେଇ ଦମଦାର ପ୍ରତିକ୍ରିୟା ମିଳୁଛି । ଆଦିତ୍ୟ ଧରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ରଣବୀର ସିଂହ, ଅକ୍ଷୟ ଖାନ୍ନା, ଅର୍ଜୁନ ରାମପାଲ, ଆର୍ ମାଧବନ ଓ ସଞ୍ଜୟ ଦତ୍ତ। ହେଲେ ଏବେ ଅକ୍ଷୟ ଲାଇମଲାଇଟକୁ ଆସିଛନ୍ତି । ଏହି ଫିଲ୍ମରେ ଖଳନାୟକ ଭୂମିକାରେ ଅଭିନୟ କରିଥିଲେ ଓ ତାଙ୍କ ଏଣ୍ଟ୍ରି ସମସ୍ତଙ୍କୁ ପ୍ରଭାବିତ କରିଛି । ଲୋକେ ପ୍ରଶଂସାରେ ପୋତିଥିବା ବେଳେ ଫିଲ୍ମ ପ୍ରତି କ୍ରେଜ ବଢିବାରେ ଲାଗୁଛି। ବକ୍ସ ଅଫିସରେ ଭଲ ଓପନିଂ ପରେ ସପ୍ତାହାନ୍ତ କଲେକ୍ସନ୍ ବଢ଼ିଛି । ପ୍ରଥମ ୩ ଦିନରେ ଫିଲ୍ମର ଆୟ ୧୦୦ କୋଟି ଟପିଛି । କିନ୍ତୁ ସୋମବାରଠୁ ଫିଲ୍ମ ପାଇଁ ପ୍ରକୃତ ପରୀକ୍ଷା ଆରମ୍ଭ ହୋଇଛି ।

ପ୍ରଥମ ଦିନ ଫିଲ୍ମ ୨୮ କୋଟି କଲେକ୍ସନ୍ କଲା । ଶନିବାର ୧୪ ପ୍ରତିଶତ ବଢ଼ି ଆୟ ହେଲା ୩୨ କୋଟି । ରବିବାର ବଡ଼ ଲମ୍ଫ ସହିତ ଏହା ୪୩ କୋଟି କଲେକ୍ସନ୍ କଲା । ସୋମବାର ସନ୍ଧ୍ୟା ସୁଦ୍ଧା ଫିଲ୍ମର ୧୮.୨୫ କୋଟି ଆୟ ହୋଇଥିଲା । ସାକନିଲ୍କ ଅନୁସାରେ, ଅଦ୍ୟାବଧି ଫିଲ୍ମର କଲେକ୍ସନ୍ ୧୧୭ କୋଟି ଟପିଛି । ସୋମବାର ଫିଲ୍ମର ଆୟ କମିବା ସ୍ୱାଭାବିକ, ଯାହା ସବୁ ଫିଲ୍ମ ସହିତ ହୋଇଥାଏ । କିନ୍ତୁ ରବିବାର ୪୩ କୋଟି ଆୟ ପରେ କଲେକ୍ସନ୍ ଯଦି ୨୦ କୋଟି ପାର୍ କରେ, ତେବେ ଏହା ଫିଲ୍ମର ବଡ଼ ବିଜୟ । ‘ଧୁରନ୍ଧର’ ରଣବୀରଙ୍କର ସବୁଠୁ ଦମଦାର ୱିକେଣ୍ଡ୍ କଲେକ୍ସନ୍ ।

"ଧୁରନ୍ଧର" ରଣବୀରଙ୍କ ଷଷ୍ଠ ତମ ସର୍ବାଧିକ ଆୟ କରିଥିବା ଫିଲ୍ମ

"ଗୋଲିଓଁ କି ରାସଲୀଲା ରାମ ଲୀଲା" ୨୦୧୩ ରେ ରଣବୀର ସିଂହଙ୍କ ଷଷ୍ଠ ତମ ସର୍ବାଧିକ ଆୟ କରିଥିବା ଫିଲ୍ମ ଥିଲା। ଯାହା ୧୧୭.୫୩ କୋଟି ଟଙ୍କା ଆୟ କରିଥିଲା। ଏହି ଫିଲ୍ମକୁ ପଛରେ ପକାଇ, "ଧୁରନ୍ଧର" ଷଷ୍ଠ ସ୍ଥାନରେ ପହଞ୍ଚିଛି ଏବଂ ଖୁବ୍ ଶୀଘ୍ର ରଣବୀରଙ୍କ ଶ୍ରେଷ୍ଠ ପାଞ୍ଚ ଫିଲ୍ମ  ହେବ।

ପଦ୍ମାବତ - ୩୦୨.୧୫ ଟଙ୍କା କୋଟି

ସିମ୍ବା - ୨୪୦.୩ ଟଙ୍କା କୋଟି

ବାଜିରାଓ ମସ୍ତାନି - ୧୮୪.୩ କୋଟି

ରକି ଔର ରାନୀ କି ପ୍ରେମ କାହାଣୀ - ୧୫୩.୫୫ କୋଟି

ଗଲି ବୟ - ୧୩୯.୬୩ କୋଟି

'ଧୁରନ୍ଧର' ସଞ୍ଜୟ ଦତ୍ତଙ୍କ ଦ୍ୱିତୀୟ ସର୍ବାଧିକ ଆୟକାରୀ ଫିଲ୍ମ ହୋଇଛି

ସଞ୍ଜୟ ଦତ୍ତଙ୍କ କ୍ୟାରିଅରର ସର୍ବାଧିକ ଆୟକାରୀ ଫିଲ୍ମ ହେଉଛି 'KGF 2'। ଏହାର ହିନ୍ଦୀ ଭର୍ସନ ୪୩୫.୩୩ କୋଟି ଟଙ୍କା ରୋଜଗାର କରିଥିଲା। ଏହା ପରେ ତାଙ୍କର ୨୦୧୨ର ଫିଲ୍ମ 'ଅଗ୍ନିପଥ' ଅଛି। ଯାହା ୧୧୮.୨ କୋଟି ଟଙ୍କା ରୋଜଗାର କରିଥିଲା। ବର୍ତ୍ତମାନ 'ଧୁରନ୍ଧର' ଏହାକୁ ପଛରେ ପକାଇ ତାଙ୍କ କ୍ୟାରିଅରର ଶ୍ରେଷ୍ଠ ଦୁଇଟି ଫିଲ୍ମ ମଧ୍ୟରୁ ଅନ୍ୟତମ। ଅର୍ଜୁନ ରାମପାଲଙ୍କ ସର୍ବାଧିକ ଆୟକାରୀ ଫିଲ୍ମ ଥିଲା 'ରାୱନ୍', ଯାହା ୨୦୧୧ରେ ମୁକ୍ତିଲାଭ କରିଥିଲା। ଏହା ୧୧୬.୨ କୋଟି ରୋଜଗାର କରିଥିଲା ଏବଂ ବର୍ତ୍ତମାନ ତାଙ୍କ କ୍ୟାରିଅରର ଦ୍ୱିତୀୟ ସର୍ବାଧିକ ଆୟକାରୀ ଫିଲ୍ମ ପାଲଟିଛି, କାରଣ 'ଧୁରନ୍ଧର' ଏହାକୁ ପଛରେ ପକାଇ ନମ୍ବର ୱାନ୍ ସ୍ଥାନ ପାଇଛି।