ବାରବାଟୀ ବ୍ୟାଟଲ : ଭାରତ ଭାଙ୍ଗିବ ପରାଜୟର ରେକର୍ଡ ! ଅଭିଷେକ ଶର୍ମାଙ୍କ ଉପରେ ଫ୍ୟାନ୍ସଙ୍କ ନଜର

NEWS7
girl-student-makes-eco-friendly-paper-from-peels-of-onion-garlic-and-potatoes

କଟକ, ୦୯/୧୨: କମ୍ପିବ ବାରବାଟୀ । ଇଣ୍ଡିଆ ଇଣ୍ଡିଆ ନାରାରେ ଫାଟିବ ଗ୍ୟାଲେରି । ବାରବାଟୀ ଟି୨୦କୁ ନେଇ ଉତ୍ସାହିତ କ୍ରିକେଟ ପ୍ରେମୀ । ମଙ୍ଗଳବାର ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ସିରିଜର ପ୍ରଥମ ମୁକାବିଲା କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯିବ । ଯାହାକୁ ନେଇ ସାରା ରାଜ୍ୟରେ ଏବେ କ୍ରିକେଚ୍ ଫିଭର୍ ।

ଅନେକ ଦିନ ପରେ ବାରବାଟୀରେ ଟି୨୦ ମୁକାବିଲା ଖେଳାଯାଉଛି । ତେଣୁ ଓଡିଶାରେ ଥିବା ଟିମ୍ ଇଣ୍ଡିଆ ଫ୍ୟାନ୍ସ ଏହାକୁ ନେଇ ଖୁବ୍ ଆଶାବାଦୀ । ସେମାନେ ଭାରତ ଜିତିବା ନେଇ ପ୍ରାର୍ଥନା କରୁଛନ୍ତି । ପୂର୍ବରୁ ଏଠାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟିମ୍ ଜିତିନଥିବା କାରଣରୁ ଏଥର ପରାଜୟର ରେକର୍ଡ ଭାଙ୍ଗିବ ବୋଲି ଫ୍ୟାନ୍ ଆଶା ରଖିଛନ୍ତି ।

ସୋମବାର ଉଭୟ ଦଳର ପ୍ରାକ୍ଟିସ

ଟେଷ୍ଟ୍ ସିରିଜରେ ଭାରତ ପରାସ୍ତ ହେଲା ପରେ ଦିନିକିଆ ସିରିଜକୁ କରିଥିଲା କବଜା । ସେହିପରି ଟି୨୦ ସିରିଜରେ ମଧ୍ୟ ଦଳ ଭଲ ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖିବ । ଅନ୍ୟି ଦଗରେ ଦକ୍ଷିଣ ଆଫ୍ରିକା ମଧ୍ୟ ପଛରେ ନାହିଁ । ସେ ମଧ୍ୟ ଦିନିକିଆ ସିରିଜ ପରାଜୟର ପ୍ରତିଶୋଧ ନେବା ପାଇଁ ଚାହିଁ ରହିଛି । ତେଣୁ ସୋମବାର ମଧ୍ୟାହ୍ନରେ ଟିମ୍ ଇଣ୍ଡିଆର ଖେଳାଳି ଏବଂ ସଂଧ୍ୟାରେ ଦକ୍ଷିଣ ଆଫ୍ରିକା ଟିମ୍ ବାରବାଟୀରେ ଝାଲ ବୁହାଇଛନ୍ତି । ଟିମ୍ ଇଣ୍ଡିଆ ଭଲ ପ୍ରଦର୍ଶନ କରିବ ବୋଲି ସୂର୍ଯ୍ୟ କୁମାର ଯାଦବ କହିଥିବା ବେଳେ ଦକ୍ଷିଣ ଆଫ୍ରିକା କ୍ୟାପଟେନ୍ କହିଛନ୍ତି ଯେ ସେମାନେ ବି ଭାରତକୁ କଡା ଟକ୍କର ଦେବେ ।

ଭାରତୀୟ ବ୍ୟାଟରଙ୍କ କ୍ରେଜ୍

ଭାରତୀୟ ଟିମରେ ଷ୍ଟାର୍ ବ୍ୟାଟର ରହିଛନ୍ତି । ଅତୀତରେ ଅନେକ ବଡ ବଡ ଇନିଂସ ଖେଳିଛନ୍ତି ଇଣ୍ଡିଆନ୍ ବ୍ୟାଟସମ୍ୟାନ୍ । କ୍ୟାପଟେନ୍ ସୂର୍ଯ୍ୟକୁମାର ଯାଦବ, ଶୁଭମନ ଗିଲ୍ , ଅଭିଷେକ ଶର୍ମା, ତିଲକ ବର୍ମା, ସଞ୍ଜୁ ସାମସନଙ୍କ ଭଳି ବ୍ୟାଟର ଦଳକୁ ବଡ ସ୍କୋରରେ ପହଁଚାଇବାରେ ମାହିର । ଅନ୍ୟ ଦିଗରେ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ଶିବମ ଦୁବେ, ୱାସିଂଟନ୍ ସୁନ୍ଦରଙ୍କ ଭଳି ଅଲରାଉଣ୍ଡର ଅଛନ୍ତି । ସେହିଭଳି ବୁମରା , ଅର୍ଶଦୀପ, ହର୍ଷିତ ରାଣାଙ୍କ ଭଳି ସିମର, ବରୁଣ ଚକ୍ରବର୍ତ୍ତୀଙ୍କ ଭଳି ସ୍ପେଶାଲିଷ୍ଟ ସ୍ପିନର ଦକ୍ଷିଣ ଆଫ୍ରିକା ଉପରେ ଚାପ ସୃଷ୍ଟି କରିବେ ।

ଦକ୍ଷିଣ ଆଫ୍ରିକା ବାରବାଟୀରେ ଆଗରେ

ବାରବାଟୀରେ କିନ୍ତୁ ଦକ୍ଷିଣ ଆଫ୍ରିକା ବିରୋଧରେ ଭାରତର ପ୍ରଦର୍ଶନ ଭଲ ନାହିଁ । ପୂର୍ବରୁ ଏଠାରେ ଭାରତ -ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ଟି ଟ୍ବେଣ୍ଟି ଖେଳାଯାଇଛି । ହେଲେ ସବୁ ମ୍ୟାଚ୍ ଦକ୍ଷିଣ ଆଫ୍ରିକା ସପକ୍ଷରେ ଯାଇଛି । ଏଠାରେ କେବଳ ଶ୍ରୀଲଙ୍କା ବିପକ୍ଷରେ ଗୋଟିଏ ଟି-ଟ୍ବେଣ୍ଟି ମ୍ୟାଚ୍ ଜିତି ପାରିଛି ଭାରତ । କିନ୍ତୁ ବର୍ତ୍ତମାନର ଟିମ ଇଣ୍ଡିଆ ପୂର୍ବ ଭଳି ନାହିଁ। ଟି-ଟ୍ବେଣ୍ଟି ଫର୍ମାଟରେ ଟିମ ଇଣ୍ଡିଆ ବେଶ ଶକ୍ତିଶାଳୀ । କିନ୍ତୁ ଚଳିତ ସିଜିନରେ ଦକ୍ଷିଣ ଆଫ୍ରିକାର ପରଫର୍ମାନ୍ସ ମଧ୍ୟ ଚମତ୍କାର ରହିଛି ।