ଆକ୍ସନରେ ଯାଜପୁର ପୋଲିସ, ବେଆଇନ୍ ମୋରମ ଚାଲାଣ ବେଳେ ଚଢାଉ

NEWS7
girl-killed-by-kin-for-love-affairs-in-niali-village

ଚଣ୍ଡିଖୋଲ ୨୮।୦୨ : ଆକ୍ସନରେ ପୋଲିସ ପ୍ରଶାସନ।ବେଆଇନ୍ ଭାବେ ଚାଲିଥିବା ମୋରମ ଚାଲାଣ ପରେ କରିଛି ଚଢାଉ। ବର୍ତ୍ତମାନ ସୁଦ୍ଧା ୨ଟି ହାଇଓ୍ୱା ଗାଡ଼ି ଜବତ ସହ ଏବେବି ଚଢାଉ ଜାରି ରଖିଛି ପୋଲିସ ।

ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଶୁଖୁଆପଡ଼ା ନିକଟରୁ ବେଧଡ଼କ ଭାବେ ମୋରମ ଚାଲାଣ ହେଉଥିଲେ । କୌଣସି ଲିଜ୍ ନଥାଇ ମଧ୍ୟ ମେସିନ ସହାୟତାରେ ମୋରମା ତାଡ଼ି ଚୋରା ଚାଲାଣ ହେଉଥିଲା । ମାଫିଆମାନେ ମାଲେମାଲ୍ ହେଉଥିବା ବେଳେ ସରକାର ରାଜସ୍ୱ ହରାଉଛନ୍ତି । ଯାହାକୁ ନେଇ ବାଲିଚନ୍ଦ୍ରପୁର ପୋଲିସ ଚଢାଉ କରିଥିଲା । ଏହି ଚଢାଉରେ ପୋଲିସ ଦୁଇଟି ହାଇଓ୍ୱା ଗାଡ଼ି ଓ ଗୋଟିଏ ମେସିନକୁ ଜବତ କରିଛି ବାଲିଚନ୍ଦ୍ରପୁର ପୋଲିସ । ଘଟଣାରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।