ମୁନିଗୁଡା ରେଳ ଷ୍ଟେସନରୁ ୪୮କେଜି ଗଞ୍ଜେଇ ଜବତ, ୬ ବେପାରୀ ଗିରଫ

Published By : Prameya-News7 Bureau | April 23, 2024 IST

ମୁନିଗୁଡା ୨୩/୪: ବାଇକରେ ବାହାରକୁ ଚାଲାଣ ହେଉଥିଲା ଗଞ୍ଜେଇ। ଖବର ପାଇ ମାଡିବସିଲା ପୋଲିସ । ରାୟଗଡା ଜିଲ୍ଲା ମୁନିଗୁଡା ରେଳଷ୍ଟେସନରୁ ୨ ମହିଳାଙ୍କ ସମେତ ୬ ଜଣ ଗଞ୍ଜେଇ ବେପାରୀଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ନିକଟରୁ ୪୮କେଜି ୯୮୦ ଗ୍ରାମ ଗଞ୍ଜେଇ,  ୨ଟି ବାଇକ ଓ ୩ଟି ମୋବାଇଲ ଫୋନ ଜବତ କରାଯାଇଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୩ଲକ୍ଷରୁ ଅଧିକ ଟଙ୍କା ହେବ । 

ଚନ୍ଦ୍ରପୁର ଅଞ୍ଚଳରୁ ଗୋଟିଏ ବାଇକ ଓ ୨ଟି ସ୍କୁଟିରେ ୨ଜଣ ବ୍ୟକ୍ତି ୪ଟି ବ୍ୟାଗରେ ଗଞ୍ଜେଇ ଧରି ମୁନିଗୁଡା ରେଳ ଷ୍ଟେସନ ଯାଉଥିଲେ। ସେଠାରେ ଜଗିଥିବା ଆଉ ୪ ଜଣଙ୍କ ସହାୟତାରେ ବିହାର ଓ ଛତିଶଗଡକୁ ଗଞ୍ଜେଇ ଚାଲାଣ କରିବାର ପ୍ଲାନ ଥିଲା । ତେବେ ପୋଲିସ କୌଣସି ସୂତ୍ରରୁ ଖବର ପାଇ ସେମାନଙ୍କ ଚାଲାଣ ଉଦ୍ୟମକୁ ପଣ୍ଡ କରିବା ସହ ସମସ୍ତଙ୍କୁ ଗିରଫ କରିଛି । ଗିରଫ ୬ ଜଣଙ୍କ ବିରୋଧରେ ମୁନିଗୁଡା ଥାନାରେ ମାମଲା ରୁଜୁ କରି ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

You can Read: କେମିତି ହେଲା ଶ୍ରମିକଙ୍କ ମୃତ୍ୟୁ ? ପୋଲିସର ଛାନଭିନ 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.