କାଜାକିସ୍ତାନର ପୂର୍ବତନ ମନ୍ତ୍ରୀଙ୍କ ଜଘନ୍ୟ କାଣ୍ଡ ! ପତ୍ନୀଙ୍କୁ ରେସ୍ତୋରାଁ ଡାକିନେଇ ପିଟିପିଟି ମାରିଦେଲେ

Published By : Prameya-News7 Bureau | May 03, 2024 IST

aljazeera

ନୂଆଦିଲ୍ଲୀ: ପତ୍ନୀଙ୍କୁ ପିଟିପିଟି ହତ୍ୟା କଲେ କାଜାକିସ୍ତାନର ପୂର୍ବତନ ମନ୍ତ୍ରୀ। କାଜାକିସ୍ତାନର ପୂର୍ବତନ ମନ୍ତ୍ରୀ କୁଆଣ୍ଡିକ ବିସିମ୍ବାଇଭ ତାଙ୍କ ପତ୍ନୀ ସାଲ୍ଟନେଟ ନୁକେନୋଭାଙ୍କୁ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାର ସିସିଟିଭି ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। 

ନଭେମ୍ବର ୨୦୨୩ରେ ଏକ ରେସ୍ତୋରାଁରେ ୩୧ ବର୍ଷୀୟ ସାଲ୍ଟନେଟ ନୁକେନୋଭାଙ୍କ ମୃତଦେହ ମିଳିଥିଲା। ଏହି ରେଷ୍ଟୁରାଣ୍ଟରେ ନୁକାନୋଭା ତାଙ୍କ ସ୍ୱାମୀ ସହ ରାତି କଟାଇଥିଲେ। କୁହାଯାଉଛି ଯେ ଏହି ରେସ୍ତୋରାଁ କୁଆଣ୍ଡିକଙ୍କର ଜଣେ ସମ୍ପର୍କୀୟଙ୍କର ଅଟେ।

କୋର୍ଟରେ ଶୁଣାଣି ସମୟରେ ସରକାରୀ ଓକିଲ ବିଚାରପତିଙ୍କୁ ଆଠ ଘଣ୍ଟାର ସିସିଟିଭି ଭିଡିଓ ଦେଖାଇଥିଲେ ଯେଉଁଥିରେ ପୂର୍ବତନ ମନ୍ତ୍ରୀ ତାଙ୍କ ପତ୍ନୀଙ୍କୁ ମାଡ ମାରୁଥିବାର ନଜର ଆସିଛନ୍ତି। ଏହି ଭିଡିଓରେ ୪୪ ବର୍ଷିୟ କୁଆଣ୍ଡିକ୍ ତାଙ୍କର ୩୧ ବର୍ଷିୟା ପତ୍ନୀଙ୍କୁ ହାତ ଓ ମୁଣ୍ଡକୁ ପିଟୁଥିବାର ମଧ୍ୟ ଦେଖାଯାଇଛି। ଏହା ପରେ ପୂର୍ବତନ ମନ୍ତ୍ରୀ ତାଙ୍କ ପତ୍ନୀଙ୍କ କେଶକୁ ଟାଣି ନେଇ କ୍ୟାମେରା ନଥିବା କୋଠରୀକୁ ନେଇଥିବାର ନଜର ଆସିଛନ୍ତି।

ଏହି ଘଟଣାର ୧୨ ଘଣ୍ଟା ପରେ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ପୂର୍ବତନ ମନ୍ତ୍ରୀଙ୍କ ପତ୍ନୀଙ୍କୁ ସେହି ସ୍ଥାନରୁ ମୃତଦେହ ଉଦ୍ଧାର କରିଥିଲେ। ନିର୍ଯାତନା ତଥା ହତ୍ୟା ଅଭିଯୋଗରେ ତାଙ୍କୁ ୨୦ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଭୋଗିବାକୁ ପଡିପାରେ। କୋର୍ଟରେ ଚାଲିଥିବା ହତ୍ୟା ମାମଲା ଉପରେ କାଜାକିସ୍ତାନର ଲୋକେ ନଜର ରଖିଛନ୍ତି।

ଏହି ପ୍ରସଙ୍ଗ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। କଜାକିସ୍ତାନର ରାଷ୍ଟ୍ରପତି କାସିମ-ଜୋମାର୍ଟ ଟୋକାଏଭ ନ୍ୟାୟପୂର୍ଣ୍ଣ ସମାଜ ଗଠନ ପାଇଁ ପ୍ରତିଶୃତି ଦେଇଥିଲେ, ତେଣୁ ଏହି ମାମଲା ତାଙ୍କ ପାଇଁ ଅଗ୍ନିପରୀକ୍ଷା ସଦୃଶ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.