LIVE TV

ଗଞ୍ଜାମରେ ସୀମା ଡେଇଁଲା ଅଶ୍ଳୀଳତା : ରାମାୟଣ ଷ୍ଟେଜ୍‌ରେ ନିଶାଙ୍କ ଆଇଟମ୍ ଡ୍ୟାନ୍ସ ସାଙ୍ଗକୁ ସୀତାଙ୍କୁ ଉଲଗ୍ନ କଲେ ରାବଣ

NEWS7
fire-accident-in-paper-plate-industry-in-rayagada

ଦିଗପହଣ୍ଡି୧୧ରାମାୟଣ ଷ୍ଟେଜ୍‌ରେ ଅଶ୍ଳୀଳତା । ଆଇଟମ୍ ଗର୍ଲ ନିଶା ମହାରଣା ଅଶ୍ଳୀଳ ନୃତ୍ୟ ପରିବେଷଣ ସାଙ୍ଗକୁ ସୀତାଙ୍କୁ ଷ୍ଟେଜ୍ ଉପରେ ଉଲଗ୍ନ କଲେ ରାବଣ । ହରଣ କରିବା ଛଳରେ ଶରୀରର ଅନେକ ଅଙ୍ଗକୁ ସମସ୍ତଙ୍କ ସାମ୍ନାରେ ସ୍ପର୍ଶ କରି କାମୁଡିବାର ଦୃଶ୍ୟ ଦେଖିବାକୁ ମିଳିଛି । ରାମାୟଣ ଭଳି ପବିତ୍ରତାରେ ଏଭଳି ଅପସଂସ୍କୃତିକୁ ବାରଣ କରିବା ପରିବର୍ତ୍ତେ ତାହା ଷ୍ଟେଜ୍‌ରେ ପରିବେଷଣ କରାଯାଇଛି । ଏଭଳି ଭିଡିଓ ଏବେ ବେଶ୍ ଭାଇରାଲ୍ ହେବା ସହ ଅନେକ ନିନ୍ଦା କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ଜୋର ଧରିଛି । ଏଭଳି ଘଟଣା ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଦିଗପହଣ୍ଡି ଥାନା ଅନ୍ତର୍ଗତ ମୌଳାଭଣଜା ଗାଁ ଯାତ୍ରାରେ ଦୁଇ ଦଳ ବାଦ ରାମାୟଣ ଜୁରାକୁ ଚିକିଲି ବାଦ ସାମ୍ନାସାମ୍ନି ପଡିଥିବା ବେଳେ ଉଭୟ ଦଳ ବିଜେତା ହେବା ପାଇଁ ନିଜ ନିଜର ସଂସ୍କୃତି ପରମ୍ପରାକୁ ମଧ୍ୟ ଭୁଲିଗଲେ ।

ରାମାୟଣ ୨୪ଘଣ୍ଟା ପରିବେଷଣ ପାଇଁ ଏଗ୍ରିମେଣ୍ଟ ହୋଇଥିଲେ ମଧ୍ୟ ଦୀର୍ଘ ୬୦ଘଣ୍ଟା ପରିବେଷଣ କରି ଅଶ୍ଳୀଳ ନୃତ୍ୟ ପରିବେଷଣ କରିଥିଲେ । ଏହାସହ ଉଭୟ ଦଳ କୋଡିଏରୁ ଉର୍ଦ୍ଧ୍ବ ଆଇଟମ୍ ଡ୍ୟାନ୍ସର ସହ ୫୦ରୁ ଉର୍ଦ୍ଧ୍ବ କିନ୍ନର ସାଙ୍ଗକୁ ଆଇଟମ୍ ଗର୍ଲ ନିଶା ମହାରଣାଙ୍କ ଅଶ୍ଳୀଳ ନୃତ୍ୟ ଷ୍ଟେଜ୍ ଉପରେ ଦେଖିବାକୁ ମିଳିଥିଲା । ଏହାସହ ରାମାୟଣରେ ଘୋଡା, ଓଟ, ଜେସିବି, କ୍ରେନ୍ ମେସିନାରୀ ବ୍ୟବହାର ଜୀବନକୁ ବାଜି ଲଗାଇ ଏଭଳି କଳାକୃତିକୁ ସବୁଠି ନିନ୍ଦା କରାଯାଇଛି ।

ଅନ୍ୟପଟେ ଜିଲ୍ଲା ପ୍ରଶାସନ ପକ୍ଷରୁ ଦଣ୍ଡନାଚ ସୁପରିଚାଳନା ପାଇଁ କିଛି ନିୟମ ଜାରି କରିଛି ପ୍ରଶାସନ । ଦଣ୍ଡ ନାଚରେ ଅଶ୍ଳୀଳ ନାଚ ଅପସଂସ୍କୃତି ଅସାମାଜିକ ନାଟକ ପରିବେଷଣ ପାଇଁ ବାରଣ କରାଯାଇଛି । କୌଣସି ପରିଚାଳନା କମିଟି ଏଥିରେ ବ୍ୟତିକ୍ରମ କରନ୍ତି ତାହେଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚିଠିରେ ଦର୍ଶାଯାଇଛି ।