LIVE TV

ବିହାର ପାଇଁ ଏବେ ଚିନ୍ତାରେ ପଶ୍ଚିମବଙ୍ଗ, ମମତାଙ୍କ TMC କହିଲା- ରାଜ୍ୟରେ ପଡିବନି ପ୍ରଭାବ

NEWS7
farmers-are-in-tension-due-to-rain-in-koraput

କୋଲକାତା ୧୪।୧୧: ତୃଣମୂଳ କଂଗ୍ରେସ (ଟିଏମସି) ଶୁକ୍ରବାର କହିଛି ଯେ ବିହାର ନିର୍ବାଚନର ପ୍ରଭାବ ଆଗାମୀ ବର୍ଷ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଉପରେ ପଡିବ ନାହିଁ । ବିହାରରୁ ଆସୁଥିବା ଏ ପର୍ଯ୍ୟନ୍ତ ଫଳାଫଳରେ ବିଜେପି ନେତୃତ୍ୱାଧୀନ ଏନଡିଏ ପ୍ରଚଣ୍ଡ ବହୁମତରେ ସରକାର ଗଠନ ପାଇଁ ଆଗକୁ ବଢୁଥିବା ଜଣାପଡୁଛି। ଟିଏମସି ମୁଖପାତ୍ର କୁଣାଳ ଘୋଷ କହିଛନ୍ତି ଯେ ଆଗାମୀ ବିଧାନସଭା ନିର୍ବାଚନ ପରେ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ପାର୍ଟି ୨୫୦ରୁ ଅଧିକ ଆସନ ସହିତ ଚତୁର୍ଥବାର ସରକାର ଗଢିବ।

ସେ କହିଛନ୍ତି ଯେ ବିହାର ନିର୍ବାଚନ ଫଳାଫଳ ବିଜେପି ବିପକ୍ଷରେ କଂଗ୍ରେସ ବିଫଳ ବୋଲି ପୁଣି ପ୍ରମାଣିତ କରିଛି। ପୂର୍ବତନ ରାଜ୍ୟସଭା ସଦସ୍ୟ ଘୋଷ କହିଛନ୍ତି ଯେ ‘ଏହା ବିହାରର ସମୀକରଣ’। ଏହା ସହ ବେଙ୍ଗଲର କୌଣସି ସମ୍ପର୍କ ନାହିଁ। ଏଣୁ ବେଙ୍ଗଲ ଉପରେ କୌଣସି ପ୍ରଭାବ ପଡିବ ନାହିଁ। ବେଙ୍ଗଲରେ ବିକାଶ, ଏକତା, ସଦଭାବ, ଅଧିକାର ଓ ସ୍ୱାଭିମାନ ହିଁ କାରକ। ୨୫୦ରୁ ଅଧିକ ଆସନରେ ମମତା ବାନାର୍ଜୀ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ। ତେବେ ତୃଣମୂଳ ନେତା କହିଛନ୍ତି ଯେ ବିହାରରେ ବିଜେପି-ଜେଡି(ୟୁ) ସମ୍ପର୍କ ଆଗକୁ କେଉଁ ଦିଗକୁ ଯାଉଛି ଏହାକୁ ନେଇ ଲୋକଙ୍କ ମନରେ ଉତ୍ସୁକତା ରହିବ।

ତେବେ ଘୋଷ କହିଛନ୍ତି ଯେ ପଶ୍ଚିମବଙ୍ଗରେ ବିଜେପି ଓ ନିର୍ବାଚନ ଆୟୋଗ ବିଶେଷ ଗହନ ପୁନରୀକ୍ଷଣ (ଏସଆଇଆର) ବାହାନାରେ ଷଡ଼ଯନ୍ତ୍ର କରିପାରନ୍ତି। ସେ କହିଛନ୍ତି ଯେ ଏଥି ପାଇଁ ରାଜ୍ୟରେ ଏଜେନ୍ସୀ ଓ କେନ୍ଦ୍ରୀୟ କ୍ଷମତାର ଦୂରୁପଯୋଗ ନିଶ୍ଚିତ ହେବ। ହେଲେ ଏହା ବିରୋଧରେ ତୃଣମୂଳର ଆନ୍ଦୋଳନ ଜାରି ରହିବ। ଜନତାଙ୍କ ମଧ୍ୟକୁ ଗଭୀର ପହଞ୍ଚ ଦ୍ୱାରା ତୃଣମୂଳ ରାଜ୍ୟରେ ବିଜେପିର ସବୁ ଷଡ଼ଯନ୍ତ୍ରକୁ ବିଫଳ କରିବ।