ପ୍ରେମିକାର ଚାକିରି ଇଣ୍ଟରଭ୍ୟୁ ଭଣ୍ଡୁର କରିବାକୁ ବୋମା ଧମକ ଦେଇ ଧରାପଡିଲେ ଓକିଲ

NEWS7
e-auction-neeraj-chopras-spear-crosses-one-crore-suhas-lys-racket-bid-10-crores

ନୂଆଦିଲ୍ଲୀ ୨୬/୨: ସାଇବର ସିଟି ଗୁରୁଗ୍ରାମରେ ଏକ ଏମିତି ଅଜବ ଖବର ସାମ୍ନାକୁ ଆସିଛି ଯାହାକୁ ଶୁଣି ପୋଲିସ ଚିନ୍ତାରେ ପଡିଯାଇଛି । ଏକ ତରଫା ପ୍ରେମ କରି ବିଫଳ ହେବା ପରେ ସଂପୃକ୍ତ ଯୁବତୀଙ୍କ ଠାରୁ ପ୍ରତିଶୋଧ ନେବାକୁ ଭୟଙ୍କର କାଣ୍ଡ ।ପ୍ରେମିକାର ଚାକିରି ଇଣ୍ଟରଭ୍ୟୁ ରୋକିବାକୁ ଡିଏଲ୍‌ଏଫ୍‌ର ଏକ ଦାମୀ ବିଲ୍ଡିଂରେ ବମ୍‌ ପକାଇ ଉଡାଇବାର ଧମକ ଦେଇଥିଲେ ।ସେ ଭାବିଥିଲେ ଏମିତି ଶୁଣି ଭୟରେ ଯୁବତୀ ତାଙ୍କ ସାହାଯ୍ୟ ମାଗିବେ ।ଅଭିଯୁକ୍ତ କୌଣସି ଅପାଠୁଆ ଅପରାଧୀ ନୁହେଁ । ବରଂ ଲଣ୍ଡନରେ LLM ଡିଗ୍ରୀ ଧାରୀ । ଉଭୟଙ୍କ ଭିତରେ ଚାଲିଥିବା ମନମାଳିନ୍ୟ କାରଣରୁ ଏପରି କରିଥିବା ଜଣାପଡିଛି ।

ପୋଲିସର  ତଥ୍ୟ ମୁତାବକ ବୋମା ଧମକ ଦେଇଥିବା ଯୁବକ ହେଲେ ୨୯ ବର୍ଷୀୟ ଅନିକେତ । ସେ କୋଲକାତାର ବାସିନ୍ଦା । ଏବେ ଗୁରୁଗ୍ରାମରେ ଏକ ଭଡା ଘରେ ରହି ଗୋଟିଏ ପ୍ରାଇଭେଟ କଂପାନୀର ଲିଗାଲ ମାମଲା ଦେଖୁଥିଲେ । ଖବର ପାଇ ଗୁରୁଗ୍ରାମ ପୋଲିସ, ସାଇବର ପୋଲିସ ସହାୟତାରେ ଆରମ୍ଭ କରିଥିଲା ଛାନ୍‌ଭିନ୍‌ । ସର୍ଚ୍ଚ ଅପରେସନ ବେଳେ ପୋଲିସକୁ କୌଣସି ବୋମା ମିଳିନଥିଲା କିନ୍ତୁ ଅଭିଯୁକ୍ତ ଧରାପଡିଯାଇଥିଲା ।

ଅନିକେତ ଗୁରୁଗ୍ରାମର ଏକ କଂପାନୀରେ କାମ କରୁଥିବା ମହିଳାଙ୍କ ସହ ସଂପର୍କରେ ଥିଲେ । ତେବେ କିଛି ଦିନ ହେବ ଉଭୟଙ୍କ ମଧ୍ୟରେ ସଂପର୍କ ଖରାପ ହୋଇଥିଲା । ସୋମବାର ଅନିକେତ ଖବର ପାଇଲେ ଯୁବତୀ ଜଣକ ଗୋଲ୍ଫ କୋର୍ସ ରୋଡ୍‌ ଉପରେ ସେକ୍ଟର ୪୩  ହରିଜନ ସେଣ୍ଟରରେ ଥିବା ଏକ କଂପାନୀରେ ଇଣ୍ଟରଭ୍ୟୁ ଦେବାକୁ ଯାଉଛନ୍ତି । ପ୍ରେମିକାର ଚାକିରି ଇଣ୍ଟରଭ୍ୟୁ ଭଣ୍ଡୁର କରିବାକୁ ସେ କଂପାନୀରେ ମେଲ୍‌କୁ ବୋମାରେ ଉଡାଇବାର ଧମକ ଦେଇଥିଲେ ।  

ପୋଲିସ କହିଛି ମଙ୍ଗଳବାର ମେଲ୍‌ରେ କଂପାନୀକୁ ବୋମାରେ ଉଡାଇବାର ଧମକ ମିଳିବା ପରେ ଯାଞ୍ଚ ଆରମ୍ଭ ହୋଇଥିଲା ।ତେବେ ପୋଲିସକୁ କୌଣସି ବୋମା ମିଳିନଥିଲା । ଏହା ପରେ ସାଇବର ପୋଲିସର ସହାୟତା ନିଆଗଲା । ପୋଲିସ ଇମେଲ୍‌ ଆସିଥିବା ଆଇପି ଆଡ୍ରେସକୁ ଯାଞ୍ଚ କରିଥିଲା । ଏହା ପରେ ପୋଲିସ ହାତରେ ଲାଗିଥିଲା ତଥ୍ୟ । ବୁଧବାର ସେକ୍ଟର ୩୧ରୁ ଅନିକେତକୁ ଗିରଫ କଲା ପୋଲିସ । ଅନିକେତଙ୍କ ବିରୋଧରେ ପୂର୍ବରୁ କୌଣସି ଅପରାଧିକ ମାମଲା ନାହିଁ ।