ରାଜ୍ୟରେ ହୁତୁହୁତୁ ହୋଇ ଜଳୁଛି ୧୦ ଜଙ୍ଗଲ

NEWS7
duskarma-case-in-bhopal

ଭୁବନେଶ୍ଵର: ଖରା ଦିନ ଆସିବା ମାତ୍ରେ ଓଡ଼ିଶାରେ ଜଙ୍ଗଲରେ ନିଆଁର ପ୍ରାଦୁର୍ଭାବ ଦେଖିବାକୁ ମିଳିଥାଏ। ଚଳିତ ବର୍ଷ ମଧ୍ୟ ଜଙ୍ଗଲରେ ନିଆଁ ଜଳିବା ଆରମ୍ଭ ହୋଇ ଯାଇଛି। ବର୍ତ୍ତମାନ ରାଜ୍ୟର ୧୦ ଜଙ୍ଗଲରେ ଲାଗିଛି ବଡ ଧରଣର ନିଆଁ। ହୁତହୁତ ହୋଇ ଜଳୁଛି ଜଙ୍ଗଲ।

ସୂଚନା ଅନୁଯାୟୀ, ମୟୂରଭଞ୍ଜ ଜିଲ୍ଲାର କୃଷ୍ଣଚନ୍ଦ୍ରପୁର, ମାଛବନ୍ଧ, ଦୁର୍ଗାପୁର ବିଟରେ ଅଧୀନରେ ଥିବା ଜଙ୍ଗଲରେ ଲାଗିଛି ନିଆଁ। ସେହିପରି କେନ୍ଦୁଝର ଜିଲ୍ଲାର ତେଲକୋଇ ବିଟର ପଡ଼ାଙ୍ଗ ଜଙ୍ଗଲରେ ନିଆଁ ଲାଗିଛି ଢେଙ୍କାନାଳର ଭେଜିଆ ଓ ଝିଲ ବିଟ୍, ନବରଙ୍ଗପୁର ଜିଲ୍ଲାର ତୋହୋରା ବିଟ ଅଧୀନରେ ଥିବା ଜଙ୍ଗଲରେ ନିଆଁ ଲାଗିଛି। ଅନୁଗୋଳ ଜିଲ୍ଲାର କନ୍ଧାବରେନି ବିଟ ରେ ଲାଗିଛି ବଡ ଧରଣର ନିଆଁ। ଜଙ୍ଗଲ ବିଭାଗ ନିଆଁ ଲିଭାଇବା ପାଇଁ ଚଳାଇଛି ଉଦ୍ୟମ। ଜଙ୍ଗଲ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

Also read: ବଲାଙ୍ଗୀର ଓ ବରଗଡ ହେଲା ନକ୍ସଲ ମୁକ୍ତ ଜିଲ୍ଲା: ଡିଜିପି