ଆତ୍ମହତ୍ୟା କଲେ ସୁନୀଲ ସେଠୀ, ନିଜ ବନ୍ଧୁକରୁ ନିଜକୁ ମାରିଲେ ଗୁଳି

NEWS7
do-you-guess-it-lady-or-barbie-doll

ନୟାଗଡ଼ ୦୫।୦୨ : ଆତ୍ମହତ୍ୟା କଲେ ସୁନୀଲ ସେଠୀ । ନିଜ ବନ୍ଧୁକରେ ନିଜକୁ ଗୁଳି କରି ଆତ୍ମହତ୍ୟା କଲେ କନେଷ୍ଟବଳ ସୁନୀଲ ସେଠୀ । ନୟାଗଡ଼ ବାରାକରେ ଘଟିଛି ଏପରି ଅଘଟଣ ।

ଏ ଖବରବି ପଢନ୍ତୁ:- ଖୋର୍ଦ୍ଧା ନୁହେଁ ଏଣିକି ଖୋରଧା, ସଂଶୋଧନ ହେବ ଜିଲ୍ଲାର ଇଂରାଜୀ ବନାନ୍

ଖବର ଅନୁଯାୟୀ, ସୁନୀଲ ସେଠୀଙ୍କ ଘର ନୟାଗଡ଼ ଜିଲ୍ଲା ବାହାଡ଼ାଝୋଲ ଗାଁରେ । ସେ କନେଷ୍ଟବଳ ଭାବେ ନୟାଗଡ଼ ବାରାକରେ କାର୍ଯ୍ୟରତ ଥିଲେ । ହେଲେ ଗୁରୁବାର ନୟାଗଡ଼ ବାରାକକୁ ଆସିଛି ଏକ ଅଘଟଣର ଖବର । ନିଜ ବନ୍ଧୁକକୁ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି କନେଷ୍ଟବଳ ସୁନଲୀ ସେଠୀ । ବର୍ତ୍ତମାନ ଯାଏଁ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି । ସେପଟେ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ନିକଟସ୍ଥ ମେଡିକାଲକୁ ପଠାଇଛି । ରିପୋର୍ଟ ଆସିବା ପରେ ପୁରା ତଥ୍ୟ ସାମ୍ନାକୁ ଆସିବ ବୋଲି ଅନୁମାନ କରାଯାଉଛି ।

ଏ ଖବରବି ପଢନ୍ତୁ:- 'ଆଇସିସି ଅଫିସରେ ପକାଇଦେବୁ ବୋମା'...ଜୟ ଶାହ ଏବଂ ସୂର୍ଯ୍ୟ କୁମାରଙ୍କୁ ଧମକ ଦେଲେ ପାକିସ୍ତାନୀ ୟୁଟ୍ୟୁବର