LIVE TV

ଚାଟାର୍ଡ ପାଇଲଟଙ୍କ ନାଁରେ ମହିଳା କ୍ୟାବିନ କ୍ରୁ ମେମ୍ବରଙ୍କୁ ଯୌନ ନିର୍ଯାତନା ଅଭିଯୋଗ, ରୁଜୁ ହେଲା ମାମଲା

NEWS7
delhi-lieutenant-governor-5-day-mandatory-institutional-quarantine-order-for-covid-19-patients-withdrawn

ନୂଆଦିଲ୍ଲୀ: ଚାଟାର୍ଡ ଫ୍ଲାଇଟ୍ ପାଇଲଟଙ୍କ ନାଁରେ ସଙ୍ଗୀନ ଅଭିଯୋଗ। ୨୬ ବର୍ଷୀୟା କ୍ରୁ ମେମ୍ବରଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ରୁଜୁ ହେଲା ମାମଲା। ଘଟଣା ଘଟିଛି ବେଙ୍ଗାଲୁରୁରେ। ପୋଲିସର ସୂଚନା ଅନୁସାରେ, ପାଇଲଟ ଜଣକ ବେଙ୍ଗାଲୁରୁର ଏକ ହୋଟେଲରେ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ଆଣିଛନ୍ତି ପୀଡ଼ିତା।

ତେବେ ଅଧିକାରୀ ଆହୁରି କହିଛନ୍ତି, ଘଟଣା ନଭେମ୍ବର ୧୮ରେ ବେଙ୍ଗାଲୁରୁରେ ଘଟିଥିଲା। ହେଲେ ପୀଡ଼ିତା ସହରର ବେଗମପେଟ ପୋଲିସ ଷ୍ଟେସନରେ ଅଭିଯୋଗ ଦାଖଲ କରିଥିଲେ। ଫଳରେ ବିଏନଏସର ଧାରା ଅନୁଯାୟୀ, ‘ଜିରୋ ଏଫଆଇଆର’ ପଞ୍ଜୀକରଣ ହୋଇଥିଲା।

ବେଗମପେଟ ପୋଲିସ ଷ୍ଟେସନର ଜଣେ ପୋଲିସ ଅଧିକାରୀ କହିଛନ୍ତି ‘ହାଇଦ୍ରାବାଦ ଫେରିବା ପରେ, କ୍ରୁ ମେମ୍ବର ଏଠାରେ ଘଟଣାର ସୂଚନା ଦେଇଥିଲେ ଆମେ ମାମଲା ରୁଜୁ କରିଛୁ। ଏହାକୁ ବେଙ୍ଗାଲୁରୁର ହଲାସୁରୁ ପୋଲିସ ଷ୍ଟେସନରେ ସ୍ଥାନାନ୍ତରିତ କରିଦିଆଯାଇଛି। ସେ ମାମଲାର ଯାଞ୍ଚ କରୁଛନ୍ତି।