ରେଲୱେ ଟ୍ରାକରେ ଯୁବକଙ୍କ ମୃତଦେହ,ପରିଚୟ ଖୋଜୁଛି ପୋଲିସ

Published By : Prameya-News7 Bureau | April 22, 2024 IST

ଭୁବନେଶ୍ବର ୨୨/୪: ରେଲ ଲାଇନରେ ପଡିଛି ଯୁବକଙ୍କ ଖଣ୍ଡବିଖଣ୍ଡିତ ମୃତଦେହ । ରାଜଧାନୀର ଶିଶୁଭବନ ଛକ ଟ୍ରେନ ଲାଇନରୁ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର । ମୃତ ଯୁବକ କିଏ ତାହା ଏଯାଏ ସ୍ପଷ୍ଟ ହୋଇନି । କ୍ୟାପିଟାଲ ଥାନା ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍‌ପିଟାଲ ପଠାଇଛି । ଟ୍ରେନରୁ ଖସିପଡି ଯୁବକଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ଘଟଣାସ୍ଥଳରେ ଜିଆରପି ପୋଲିସ ଛାନଭିନ ଚଳାଇଛି । ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ । 


You Can Read: ଅଟୋକୁ ପଛପଟୁ ଧକ୍କା ଦେଲା ପିକଅପ୍ ଭ୍ୟାନ୍, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କ ଜୀବନ

  • bhubaneswar
  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.