ଅଟୋକୁ ପଛପଟୁ ଧକ୍କା ଦେଲା ପିକଅପ୍ ଭ୍ୟାନ୍, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କ ଜୀବନ

Published By : Prameya-News7 Bureau | April 22, 2024 IST

ଜଳେଶ୍ବର ୨୨।୪: ଜାତୀୟ ରାଜପଥ ଉପରେ ଅଟୋକୁ ପଛପଟୁ ଧକ୍କା ଦେଲା ପିକଅପ ଭ୍ୟାନ୍ । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ । ମୃତକ ଜଣକ ହେଲେ ଅର୍ଜୁନ ହେମ୍ବ୍ରମ ।

ସୂଚନାଯୋଗ୍ୟ ଯେ, ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଗୋବରଘଟା ଗ୍ରାମର ୬ ଜଣ ଲୋକ ଏକ ଅଟୋ ଯୋଗେ ୬୦ନଂ ଜାତୀୟ ରାଜପଥ ଦେଇ ଚାଲନ୍ତି ଗ୍ରାମର ଥିବା ବନ୍ଧୁ ଘରକୁ ଯାଉଥିଲେ । ଚାଲନ୍ତି ଠାରେ ଜଳେଶ୍ୱର ଆଡୁ ବାଲେଶ୍ୱର ଆଡକୁ ଆସୁଥିବା ଏକ ପିକଅପ୍ ଭ୍ୟାନ୍ ଅଟୋଟିକୁ ପଛପଟୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଅଟୋଟି ଓଲଟି ପଡିଥିଲା । ଅଟୋ ତଳେ ଅର୍ଜୁନ ହେମ୍ବ୍ରମ ଚାପି ହୋଇ ଯାଇଥିଲେ । ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାର କରି ଜଳେଶ୍ୱର ଜିକେ ଭଟ୍ଟର ହସ୍ପିଟାଲକୁ ଆଣିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ପିକଅପ ଭ୍ୟାନ୍ ଓ ଡ୍ରାଇଭରକୁ ଅଟକ ରଖି ତଦନ୍ତ ଜାରି ରଖିଛି ।

You Can Read :

CEOଙ୍କ ନିକଟରେ ବିଜେଡି ଫେରାଦ, ବିଧାୟକ ପ୍ରାର୍ଥୀଙ୍କ ନିର୍ବାଚନ ଆଦର୍ଶ ଆଚରଣ ବିଧି ଉଲଙ୍ଘନ ଅଭିଯୋଗ

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.