ବାଲିଯାତ୍ରା ୨୦୨୫
LIVE TV

ଆସନ୍ତା ୨୦ରୁ ଆରମ୍ଭ ହେବ ଖରିଫ୍ ଧାନ କିଣା, ମଣ୍ଡିରେ ଅତ୍ୟାଧୁନିକ ବ୍ୟବସ୍ଥା

NEWS7
cyclonic-storm-fani-may-landfall-in-jagatsinghpur

ଭୁବନେଶ୍ୱର ୧୩/୧୧: ଆସନ୍ତା ୨୦ରୁ ଆରମ୍ଭ ହେବ ଖରିଫ ଧାନ କିଣା । ବରଗଡ ଜିଲ୍ଲାରୁ ଆରମ୍ଭ ହେବ ଧାନ କିଣା । ଧାନ ସଂରକ୍ଷଣ ପାଇଁ ମଣ୍ଡିରେ ଅତ୍ୟାଧୁନିକ ବ୍ୟବସ୍ଥା ହୋଇଛି । ଦୁଇ ବର୍ଷ ମଧ୍ୟରେ ୧୦୦ ଟି ମଡେଲ ମଣ୍ଡି ପାଇଁ ହୋଇଛି ନିଷ୍ପତ୍ତି ।

ପ୍ରଥମ ପର୍ଯାୟରେ ୩୮ଟି ମଡେଲ ମଣ୍ଡି ସ୍ଥାପନ ପାଇଁ ଟେଣ୍ଡର ହୋଇ କାର୍ଯ୍ୟ ଆରମ୍ଭ ହୋଇଛି । ଚଳିତ ଆର୍ଥିକ ବର୍ଷରେ ୮୦ ଟି ସମବାୟ ସମିତିରେ ୨୦୦ ମେଟ୍ରିକ ଟନ କ୍ଷମତା ବିଶିଷ୍ଟ ଗୋଦାମ ଗୃହ ନିର୍ମାଣ ପାଇଁ ୨୦ କୋଟିର ବ୍ୟୟ ବରାଦ ହୋଇଛି । ୯୩୭ଟି ସମବାୟ ସମିତି, RMC ରେ ୫୧୬କୋଟି ଟଙ୍କା ବ୍ୟୟ ରେ ଭିତ୍ତି ଭୂମି ବିକାଶ ପାଇଁ କାର୍ଯ୍ୟ ଆରମ୍ଭ ହେବ । 

ଚଳିତ ବର୍ଷ ରାଜ୍ୟରେ ବିଜେପି କ୍ଷମତାକୁ ଆସିବା ପରେ ଏହା ପ୍ରଥମ କ୍ରୟ ଋତୁ ହେବ। "ବିଜେପି ସରକାର କ୍ୱିଣ୍ଟାଲ ପିଛା ୩,୧୦୦ ଟଙ୍କାରେ ଧାନ କିଣିବା ପାଇଁ ପ୍ରତିଶ୍ରୁତି ପୂରଣ କରିବାକୁ ପ୍ରତିବଦ୍ଧ । କେନ୍ଦ୍ର ଦ୍ୱାରା ସ୍ଥିର କରାଯାଇଥିବା ସର୍ବନିମ୍ନ ସହାୟକ ମୂଲ୍ୟ ୨,୩୦୦ ଟଙ୍କା ବ୍ୟତୀତ ଚାଷୀମାନଙ୍କୁ ଫସଲର କ୍ୱିଣ୍ଟାଲ ପିଛା ୮୦୦ ଟଙ୍କା ଅତିରିକ୍ତ ଇନପୁଟ୍ ସବସିଡି ଦିଆଯିବ ।