୫ ଦିନ ପରେ ଜଗତସିଂହପୁରରୁ ଗଡ଼ିଲା ବସ୍, ପରିବହନ କମିଶନରଙ୍କ ପ୍ରତିଶ୍ରୁତି ପରେ ଧର୍ମଘଟ ସ୍ଥଗିତ

NEWS7
covid-warrior-padyatra-from-bhadrak-to-naveen-niwas

ଜଗତସିଂହପୁର ୧୯/୦୧: ଆଜିଠାରୁ ଜଗତସିଂହପୁରର ସମସ୍ତ ରୁଟ୍‌ରେ ଗଡିଲା ଘରୋଇ ବସ୍ । ୫ ଦିନ ବ୍ୟାପୀ ଧର୍ମଘଟ ପରେ ପ୍ରଶାସନ ରାଜି ହେଲା ଟାୟାର ୨ ଏମ୍ ବି ଏସ ବନ୍ଦ କରିବା ପାଇଁ । ଜଗତସିଂହପୁର ଘରୋଇ ବସ ମାଲିକ ସଂଘ, କଟକ ଓ ପାରାଦୀପ ସଂଘର ପକ୍ଷରୁ ଜଗତସିଂହପୁର କଲେକ୍ଟର, ଏସପି, ରାଜ୍ୟ ପରିବହନ କମିଶନର, ପରିବହନ ମନ୍ତ୍ରୀ,କଟକ ଓ କେନ୍ଦ୍ରାପଡ଼ା କଲେକ୍ଟରଙ୍କ ନିକଟରେ ଇ-ମେଲ୍ ଜରିଆରେ ଲିଖିତ ଅଭିଯୋଗ ହେବା ପରେ, ପ୍ରଶାସନର ପଦକ୍ଷେପ ଗ୍ରହଣ କରିଛି ।

ରବିବାର ସନ୍ଧ୍ୟାରେ, ଟ୍ରାନ୍ସପୋର୍ଟ କମିଶନର, ରାଜ୍ୟ ସଂଘର ସଂପାଦକ, କଟକ ଘରୋଇ ବସ ମାଲିକ ସଂଘ ସଭାପତି ଓ ଜଗତସିଂପୁର ଜିଲ୍ଲାପାଳ ମୋବାଇଲ କନ୍ଫରେନ୍ସ ଜରିଆରେ ଆଲୋଚନା ପରେ ଟ୍ରାନ୍ସପୋର୍ଟ କମିଶନର ଏମ୍ ବି ଏସ ବନ୍ଦ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଯାହାକୁ ନେଇ, ରାଜ୍ୟ ସଂପାଦକ, କଟକ, ପାରାଦୀପ, ଜଗସିଂହପୁର ସଭାପତି ଏବଂ ସମ୍ପାଦକ ଘରୋଇ ମାଲିକ ମାନଙ୍କୁ ସେମାନଙ୍କ ବସ ସୋମବାର ଠାରୁ ଚଳାଚଳ ଜାରି ରଖିବା ପାଇଁ କହିଛନ୍ତି । ଏମ୍ ବି ଏସ ବସ ସମ୍ପର୍କରେ ଏସ ଟି ଏ ରେ ସୋମବାର ଘରୋଇ ବସ ମାଲିକ ସଂଘ ସହିତ ଆଲୋଚନା ହେବ ବୋଲି କମିଶନର ସୂଚନା ଦେଇଛନ୍ତି।