ନଳିନୀକାନ୍ତ ପଟ୍ଟନାୟକଙ୍କୁ ନ୍ୟୁଜ୍ ସେଭେନ୍ ପରିବାର ତରଫରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

NEWS7
covid-warrior-padyatra-from-bhadrak-to-naveen-niwas

ଭୁବନେଶ୍ବର ୨।୩: ନ୍ୟୁଜ ସେଭେ କାର୍ଯ୍ୟରତ ଥିବା ନଳିନୀକାନ୍ତ ପଟ୍ଟନାୟକଙ୍କ ପରଲୋକ । ୬୩ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । କିଡନୀ ସମସ୍ୟା ଯୋଗୁଁ ସେ ଦୀର୍ଘଦିନ ଧରି ଚିକିତ୍ସିତ ହେଉଥିଲେ । ରବିବାର ବେଶୀ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ଭୁବନେଶ୍ବର ସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ ପରିବାର ଲୋକେ । ତେବେ ଚିକିତ୍ସାଧିନ ଅବସ୍ଥାରେ ସୋମବାର ସକାଳେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ନଳିନୀ ପଟ୍ଟନାୟକଙ୍କ ପରିବାରରେ ତାଙ୍କ ପତ୍ନୀ ଓ ଜଣେ ସନ୍ତାନ ଅଛନ୍ତି । ତାଙ୍କ ଘର କଟକ ଜିଲ୍ଲା ଅଡ଼ସପୁର ତୁଣ୍ଡା ଅଞ୍ଚଳରେ ବୋଲି ଜଣାପଡିଛି ।

ନ୍ୟୁଜ ସେଭେନର ଜଣେ ସଚ୍ଚୋଟ କର୍ମଚାରୀ ଭାବେ ସେ ଦାୟିତ୍ଵ ତୁଲାଉଥିଲେ । ସମସ୍ତଙ୍କ ସହିତ ମିଳିମିଶି ଭଲରେ କାମ କରୁଥିଲେ । ଷ୍ଟୋର ମ୍ୟାନେଜର ଭାବେ କାର୍ଯ୍ୟ କରିବା ବେଳେ ସମସ୍ତଙ୍କ ସହ ତାଙ୍କର ଉତ୍ତମ ସମ୍ପର୍କ ଥିଲା । କର୍ମ ହିଁ ଭଗବାନ ବୋଲି ନଳିନୀକାନ୍ତ କହୁଥିଲେ । ଜଣେ ସାହିତ୍ୟିକ ଭାବେ ତାଙ୍କର ଖ୍ୟାତି ଥିଲା । ତାଙ୍କ ବିୟୋଗରେ ନ୍ୟୁଜ୍ ସେଭେନ ପରିବାରରେ ଶୋକର ଛାୟା ଖେଳିଯାଇଛି । ନ୍ୟୁଜ୍ ସେଭେନ ପ୍ରତି ତାଙ୍କ ଅବଦାନ ଅତୁଳନୀୟ ଥିଲା । ନ୍ୟୁଜ୍ ସେଭେନ ଆରମ୍ଭରୁ ସେ କାର୍ଯ୍ୟରତ ଥିଲେ । ତାଙ୍କ ବିୟୋଗ ନ୍ୟୁଜ୍ ସେଭେନ ପାଇଁ ବଡ଼ କ୍ଷତି ବୋଲି ଅନ୍ୟ କର୍ମଚାରୀ ମାନେ କହିଛନ୍ତି ସବୁ । ପୁରୀରେ ତାଙ୍କର ଅନ୍ତିମ ସଂସ୍କାର ସମ୍ପନ୍ନ ହେବାର କାର୍ଯ୍ୟକ୍ରମ ରହିଛି ।