କାଶ୍ମୀରରୁ କନ୍ୟାକୁମାରୀ, ସବୁଠି ଗଣତନ୍ତ୍ର ଦିବସର ସେଲିବ୍ରେସନ...ପ୍ରଧାନମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା

NEWS7
corona-akranta-mruta-in-ambulance

ନୂଆଦିଲ୍ଲୀ,|୧: ସାରା ଦେଶରେ ଜାନୁଆରୀ୨୬କୁ ଧୁମଧାମରେ ପାଳନ କରାଯାଉଛି । ସୋମବାର ଦିଲ୍ଲୀରୁ ପଲ୍ଲୀ ସବୁଠି୭୭ତମ ଗଣତନ୍ତ୍ର ଦିବସ ପାଳନ ହେଉଛି । କର୍ତ୍ତବ୍ୟ ପଥରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ତାଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅନ୍ୟ ଅତିଥି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୋଦୀ । ଏହି ଉତ୍ସବ ଦେଶକୁ ଶକ୍ତି ଯୋଗାଉ । ବିକଶିତ ଭାରତ ଗଠନରେ ଏହା ମୁଖ୍ୟ ଭୂମିକା ଗ୍ରହଣ କରୁ ବୋଲି ସେ କହିଛନ୍ତି ।

କଂଗ୍ରେସର ଶୁଭେଚ୍ଛା

ଭାରତୀୟ ଜାତୀୟ କଂଗ୍ରେସ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛି । ଦଳ ଏହି ପବିତ୍ର ଦିନରେ ସ୍ୱାଧିନତା ସଂଗ୍ରାମୀଙ୍କୁ ସ୍ମରଣ କରିବା ସହ ଯେଉଁମାନେ ଦେଶ ପାଇଁ ସହିଦ ହୋଇଛନ୍ତି ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛି। ଏହାସହ ସ୍ୱାଧିନତା ସଂଗ୍ରାମୀଙ୍କ ବଳିଦାନକୁ ଭୂଲି ହେବନି ବୋଲି କଂଗ୍ରେସ କହିଛି ।

କାଶ୍ମୀରରେ ତ୍ରିରଙ୍ଗା ଉଡାଇଲେ ପର୍ଯ୍ୟଟକ

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି । ଏଥିରେ ଗୁଜରାଟର ଜଣେ ପର୍ଯ୍ୟଟକ କାଶ୍ମୀରର ରାଜରାସ୍ତାରେ ତ୍ରିରଙ୍ଗା ଧରି ବୁଲୁଥିବା ଦେଖିବାକୁ ମିଳିଛି । ସେ ନିଜ ଶରୀରକୁ ତ୍ରିରଙ୍ଗାର ରଙ୍ଗରେ ରଙ୍ଗେଇଛନ୍ତି । ଏହାସହ ଭାରତ ମାତା କି ଜୟ ନାରା ମଧ୍ୟ ଦେଉଛନ୍ତି । ଲାଲ୍ ଚୌକ ଠାରେ ସେ ଏପରି ଭାବେ ଗଣତନ୍ତ୍ର ଦିବସ ପାଳନ କରୁଛନ୍ତି ।

 

ସ୍ୱିମିଂ ପୁଲରେ ସେଲିବ୍ରେସନ

ଗୁଜରାଟର ଭଦୋଦରାରେ କୁନିକୁନି ଶିଶୁମାନେ୭୭ତମ ଗଣତନ୍ତ୍ର ଦିବସ ପାଳନ କରୁଛନ୍ତି । ଏଠାରେ ଏକ ସ୍ୱିମିଂ ପୁଲରେ ଶିଶୁମାନେ ତ୍ରିରଙ୍ଗା ଧରି ସନ୍ତରଣ କରିଛନ୍ତି । ଯାହାର ଭିଡିଓ ଖୁବ୍ ନିଆରା ହୋଇଛି ।