Live Live
LIVE

ଭାରତୀୟ ବଜାରରେ ଯୁଦ୍ଧର ଭୟଙ୍କର ପ୍ରଭାବ : ସେୟାର ବଜାର କ୍ରାସ୍, ୨୪୦୦ ଅଙ୍କ ଖସିଗଲା ସେନସେକ୍ସ

NEWS7
congress-leader-chandra-sekhar-majhi-joins-bjd

ମୁମ୍ବାଇ, ୦୯ /୦୩: ଭୁଶୁଡିଲା ସେୟାର ବଜାର । ଖୋଲିବା ପରେ ଖସିଗଲା ସେନସେକ୍ସ । ନିଫ୍ଟି ବି କ୍ରାସ୍ । ସୋମବାର କାରବାର ସପ୍ତାହର ପ୍ରଥମ ଦିନରେ ସେୟାର ବଜାରକୁ ବଡ ଝଟକା ଲାଗିଛି ।

ସପ୍ତାହର ପ୍ରଥମ କାରବାର ଦିନରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ବିଏସଇ-୩୦ ଖୋଲିବା ପରେ ୨୪୦୦ ଅଙ୍କ ତଳକୁ ଖସି ଆସିଛି । ସେହିପରି ନିଫ୍ଟି ୭୦୦ ପଏଣ୍ଟ କମିଯାଇଛି । ଯାହା ପରେ ନିବେଶକ ମୁଣ୍ଡରେ ହାତ ହେଇଛନ୍ତି । କାରଣ ସେମାନଙ୍କର ଶହ ଶହ କୋଟି ଟଙ୍କା କ୍ଷତି ହୋଇଛି । ଆମେରିକା ଇରାନ ଏବଂ ଇସ୍ରାଏଲ ଯୁଦ୍ଧ ପାଇଁ ସେୟାର ମାର୍କେଟର ଏପରି ଦୁର୍ଦ୍ଦଶା ହୋଇଥିବା କୁହାଯାଇଛି ।

ଏହି ଖବରଟି ପଢନ୍ତୁ...  ତୃତୀୟ ଥର ପାଇଁ T-20 ବିଶ୍ୱକପ୍ ଜିତିଲା ଭାରତ; ଖୁସିରେ ଝୁମିଲେ ବଲିଉଡ୍ ଷ୍ଟାର, କହିଲେ- ତୁମ ପାଇଁ ଆମେ ଗର୍ବିତ

ଶୁକ୍ରବାର ବଜାରରେ ସେନସେକ୍ସ ୭୮,୯୧୮.୯୦ରେ ବନ୍ଦ ହୋଇଥିଲା । ସୋମବାର ଏହା ୭୭,୦୫୬.୭୬ ଅଙ୍କରେ ଖୋଲିଛି । ଏହାର କିଛି ମିନଟରେ ଏହା ୭୬,୪୨୪ ହୋଇଯାଇଥିଲା । ସେହିପରି ନିଫ୍ଟି ଶୁକ୍ରବାର ୨୪,୪୫୦ ଅଙ୍କରେ ବନ୍ଦ ହୋଇଥିବା ବେଳେ ଶୁକ୍ରବାର ୨୩,୮୬୮ରେ ଖୋଲିଥିଲା । ମାତ୍ର କିଛି ମିନ୍ଟ ମଧ୍ୟରେ ୭୦୦ ପଏଣ୍ଟ ଖସି ଏହା ୨୩,୬୯୭ରେ ଟ୍ରେଡ୍ କରିଥିଲା ।

ଶୁକ୍ରବାର ମଧ୍ୟ କ୍ରାସ୍

ଗତ ସପ୍ତାହେର ଭାରତୀୟ ଷ୍ଟକ୍ ମାର୍କେଟରେ ଅସ୍ଥିରତା ଲାଗି ରହିଥିଲା । ଶେଷ କାରବାର ଦିନ ଅର୍ଥାତ ଶୁକ୍ରବାର ଉଭୟ ସେନସେକ୍ସ ଏବଂ ନିଫ୍ଟି କ୍ରାସ୍ କରିଯାଇଥିଲା । ଶୁକ୍ରବାର ସେନସେକ୍ସ ଗୁରୁବାର ଅପେକ୍ଷା ୧୦୯୭ ଅଙ୍କ ତଳକୁ ଖସିଥିଲା । ସେହିପରି ନିଫ୍ଟି ୩୧୫ ଅଙ୍କ ଖସି ଯାଇଥିଲା ।