ଲକ୍ଷାଧିକ ଟଙ୍କାର ସୁନା ଆଣି ଦେଇନଥିଲେ ଟଙ୍କା, ହେମନ୍ତଙ୍କୁ ଉଠାଇନେଲା ପୋଲିସ

NEWS7
conflicting-statement-of-bangladesh-foreign-minister

ବରଗଡ ୧୦/୦୧: ବରଗଡ଼ରେ କୋଲକତା ପୋଲିସ । ବରଗଡ଼ର ସୁନା ଗହଣା ବ୍ୟବସାୟୀ ହେମନ୍ତ ବର୍ମାକୁ ଉଠାଇ ନେଇଥିବା ଜଣାପଡିଛି । ତେବେ କୋଲକାତା ପୋଲିସ ତରଫରୁ ମିଳିଥିବା ସୂଚନା ଅନୁଯାୟୀ ନ୍ୟୁ ଡ଼ାୱାର ଜ୍ବେଲର୍ସର ମାଲିକ ହେମନ୍ତ ବର୍ମା କୋଲକାତାରୁ ଲକ୍ଷାଧିକ ଟଙ୍କାର ସୁନା ଆଣି ଟଙ୍କା ଦେଇନଥିଲେ।

ଯେଉଁଥିପାଇଁ ତାଙ୍କ ନାଁରେ କଲିକତା ଥାନାରେ ମାମଲା ରୁଜୁ ହେବା ପରେ କଲିକତା ପୋଲିସ ବରଗଡକୁ ପହଞ୍ଚି ସୁନା ଦୋକାନୀକୁ ଉଠାଇ ନେଇଛି । ତେବେ ବରଗଡ ପୋଲିସ ସହାୟତା ନେଇ କୋଲକାତା ପୋଲିସ ଏସଆଇ ପ୍ରଶାନ୍ତ କର ଦାଶ, ଏସଆଇ କବିତା ସାମନ୍ତ ପ୍ରମୁଖ ବରଗଡ଼ ଆସିଥିବା ଜଣାପଡିଛି। ତେବେ ବରଗଡ ପ୍ରତିଷ୍ଠିତ ସୁନା ବେପାରୀଙ୍କୁ କଲିକତା ପୋଲିସ ଉଠେଇ ନେବା ପରେ ବରଗଡରେ ଚର୍ଚ୍ଚା ଜୋର ଧରିଛି l