ବିରୋଧୀ ତିଳକୁ ତାଳ କରୁଛନ୍ତି, କିନ୍ତୁ ସେମିତି ବଡ଼ ଆନ୍ଦୋଳନ କେଉଁଠି ନାହିଁ

NEWS7
complaint-filed-against-deepika-sara-ali-khan-and-others-stars-in-muzaffarpur

ଭୁବନେଶ୍ବର ୧୬।୧୨: ଧାନ ଉଠାଣ ନେଇ ଚାଷୀ କରୁଥିବା ଆନ୍ଦୋଳନ ନେଇ ବିରୋଧୀଙ୍କୁ ଦାୟୀ କଲେ ସମବାୟ ମନ୍ତ୍ରୀ । ସମବାୟ ମନ୍ତ୍ରୀ କହିଛନ୍ତି ବିରୋଧୀ ତିଳକୁ ତାଳ କରୁଛନ୍ତି କିନ୍ତୁ ସେମିତି ବଡ଼ ଆନ୍ଦୋଳନ କେଉଁଠି ନାହିଁ । ମୁଁ ସିଧାସଳଖ କଥା ହେଉଛିଜିଲ୍ଲାପାଳ ଓ ଅଧିକାରୀଙ୍କ ସହ କଥା ହୋଇ ମନିଟରିଂ ମଧ୍ୟ କରୁଛି

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ରାଜ୍ୟର ୭ଟି ଜିଲ୍ଲାରେ ମଣ୍ଡି ଖୋଲିଛି । ବରଗଡ଼ରେ ୬୪ ହାଜର ୯୧୩ ମେଟ୍ରିକ୍ ନ୍ ଆସିଥିବା ବେଳେ ସେଥିମଧ୍ୟରୁ ୬୪ ହାଜର ୬୫୨ ମେଟ୍ରିକ୍ ନ୍ ଧାନ ଉଠାଯାଇଛି । ବଲାଙ୍ଗିରରୁ ୧୬୦ ମେଟ୍ରିକ୍ ନ୍ ଆସିଥିଲାସେଥିମଧ୍ୟରୁ ୧୫୭ ମେଟ୍ରିକ୍ ନ୍ ଧାନ ଉଠାଯାଇଛି । କଳାହାଣ୍ଡିରୁ ୧୧ ହଜାର ୫୪୨ ମେଟ୍ରିକ୍ ନ୍ ଧାନ ଆସିଥିବା ବେଳେ ୧୧ ହଜାର ୪୮୬ ମେଟ୍ରିକ୍ ନ୍ ଧାନ ଉଠାଯାଇଛି । ନୂଆପଡ଼ାରୁ ୭ ହଜାର ୭୯୮ ମେଟ୍ରିକ୍ ନ୍ ଧାନ ଆସିଥିବା ବେଳେ ସେଥିରୁ ୭ ହଜାର ୭୨୭ ମେଟ୍ରିକ୍ ନ୍ ଧାନ ଉଠିଯାଇଛି । ସମ୍ବଲପୁରରୁ ୬୯ ହଜାର ୯୮୮ ମେଟ୍ରିକ୍ ନ୍ ଆସିଥିବା ବେଳେ ୬୯ ହଜାର ୯୭୦ ମେଟ୍ରିକ୍ ନ୍ ଧାନ ଉଠିଯାଇଛି । ସୋନପୁରରୁ ୩୭ ମେଟ୍ରିକ୍ ନ୍ ଓ ସୁନ୍ଦରଗଡ଼ରୁ ୧୧ ମେଟ୍ରିକ୍ ନ୍ ଧାନ ଆସିଥିବା ବେଳେ ସବୁ ଧାନ ଉଠିଯାଇଛି । କିଛି ସ୍ଥାନରେ ଟୋକନ ପହଞ୍ଚିନଥିବାରୁ ଆନ୍ଦୋଳନ ହେଉଛି । କିନ୍ତୁ ଆମେ ନିର୍ଦ୍ଦେଶ ଦେଇଛୁ ଟୋକନ ପହଞ୍ଚାଇବା ସହ ସବୁ ସମସ୍ୟାର ସମାଧାନ କରାଯିବ ବୋଲି ସମବାୟ ମନ୍ତ୍ରୀ କହିଛନ୍ତି ।