ପାକିସ୍ତାନ ଭାଗ୍ୟରେ ଖାଲି ଅପମାନ ଲେଖା: ଏକ୍ସ ପୋଷ୍ଟରେ ଆମେରିକା ବନାନ ଭୁଲ୍ ଲେଖି ଲୋକହସା ହେଲା ଇସ୍ଲାମାବାଦ

NEWS7
chilika-zero-net-jala-uchheda

ଇସ୍ଲାମାବାଦ: ଲାଗୁଛି ପାକିସ୍ତାନର ଜନ୍ମ କେବଳ ଇଣ୍ଟରନ୍ୟାସ୍ନାଲ ବେଇଜତି ପାଇଁ ହୋଇଛି। କାରଣ ପାକିସ୍ତାନ ଖେଳାଳିଙ୍କ ଠାରୁ ଆରମ୍ଭ କରି ନେତାମାନେ ବିଶ୍ୱ ଦରବାରରେ ଏମିତି ହରକତ କରୁଛନ୍ତି ଯେ ପରେ ତାଙ୍କୁ ଅପମାନିତ ହେବାକୁ ପଡ଼ୁଛି। ଏବେ ପାଳି ପଡ଼ିଛି ଖୋଦ୍ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କର। ଯଦିଓ ତାଙ୍କ ପାଇଁ ଏଭଳି ସ୍ଥିତି ପ୍ରଥମ ଥର ନୁହେଁ, ହେଲେ ଏଥର ତାଙ୍କୁ ଟିକେ ଖାସ୍ ଇଣ୍ଟରନ୍ୟାସ୍ନାଲ ବେଇଜତି ହେବାକୁ ପଡ଼ିଛି।

ବୁଧବାର (୧୮ ଫେବୃଆରୀ) ପାକିସ୍ତାନ ଘୋଷଣା କରି କହିଥିଲା ଯେ ପ୍ରଧାନମନ୍ତ୍ରୀ ଶେହବାଜ୍ ସରିଫ୍ ଫେବୃଆରୀ ୧୮ ରୁ ୨୦ ତାରିଖ ପର୍ଯ୍ୟନ୍ତ ଆମେରିକାରେ ହେବାକୁ ଥିବା ଶାନ୍ତି ବୋର୍ଡର ଉଦଘାଟନୀ ଅଧିବେଶନରେ ଯୋଗ ଦେବାକୁ ଯାଉଛନ୍ତି। ପାକିସ୍ତାନର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏକ୍ସରେ ପୋଷ୍ଟ କରି ଏହି ସୂଚନା ଦିଆଯାଇଥିଲା। ହେଲେ ଟାଇପ ଏରର ଯୋଗୁ ଏହି ଘୋଷଣା ପାକିସ୍ତାନ ସରକାର ପାଇଁ ଲଜ୍ଜାର କାରଣ ପାଲଟିଥିଲା।

କାରଣ ଯେଉଁ ଦେଶକୁ ଶେହବାଜ ଯାଉଛନ୍ତି ସେହି ଦେଶର ନାଁ ହିଁ ଭୁଲ୍ ଲେଖିଥିଲା ପାକିସ୍ତାନ ମନ୍ତ୍ରଣାଳୟ। ଏକ୍ସରେ ପୋଷ୍ଟ କରି ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ଲେଖିଥିଲା “Prime Minister's Visit to the Unites States of Americas” ଏଥିରେ ଦୁଇଟି ଟାଇପ୍ ତ୍ରୁଟି ଥିଲା। United ଲେଖିବା ବଦଳରେ Unites ଏବଂ America ବଦଳରେ Americas ଲେଖାଥିଲା।

ଟାଇପ ତ୍ରୁଟି ଥିବା ଜଣାପଡ଼ିବା ପରେ ନେଟିଜେନମାନେ ପୋଷ୍ଟଟିକୁ ପ୍ରବଳ ପରିହାସ କରିଥିଲେ। ଏବଂ ପୂର୍ବରୁ ଏମିତି ଅନେକ ତ୍ରୁଟି ହୋଇଛି ବୋଲି ଲୋକେ କମେଣ୍ଟ କରିଥିଲେ। ସୋସିଆଲ୍ ମିଡିଆରେ ଟ୍ରୋଲ ହେବା ପରେ ତୁରନ୍ତ ଏହା ଖବରର ସିରୋନାମା ବି ପାଲଟିଥିଲା।

ଭୁଲ୍ ପୋଷ୍ଟ ପାଇଁ ପୂର୍ବରୁ ବି ଅପମାନିତ ହୋଇଛନ୍ତି ସରିଫ

୨୦୨୫ ମସିହାରେ ସରିଫ ଏକ ପୋଷ୍ଟ ଶେୟାର କରିଥିଲେ ଯେଉଁଥିରେ ସେ ଇରାନ ଉପରେ ଇସ୍ରାଏଲୀ ବିମାନ ଆକ୍ରମଣକୁ ନେଇ ମନ୍ତବ୍ୟ ଦେଇଥିଲେ। ଏକ୍ସରେ ପୋଷ୍ଟ କରି ସେ I condemn the attack ବଦଳରେ ଲେଖିଥିଲେ- " I condom the attack " ଏହାପରେ ତାଙ୍କ ପୋଷ୍ଟର ଯେଉଁଭଳି ଭାବେ ମଜାକ ଉଡ଼ାଗଲା ତାହା ସେତେବେଳେ ଖୁବ୍ ପରିହାସର ବିଷୟ ପାଲଟିଥିଲା।

ଅପମାନର ଏହି ଧାରା ଏତିକିରେ ସରିନି। ଗତ ବର୍ଷ ସେପ୍ଟେମ୍ବରରେ, ବେଜିଂରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଏକ ବୈଠକ ସମୟରେ ମଧ୍ୟ ସରିଫଙ୍କୁ ଏଭଳି ଲଜ୍ଜାଜନକ ସ୍ଥିତିର ସାମ୍ନା କରିବାକୁ ପଡ଼ିଥିଲା। ବୈଠକ ଆରମ୍ଭ ହେବା ପୂର୍ବରୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ହେଡଫୋନ ଲଗାଇ ଜାଣି ନଥିବାରୁ ତାଙ୍କର ଥତମତ ସ୍ଥିତି ଦେଖି ମଞ୍ଚରେ ମୁରକୀହସା ଦେଇଥିଲେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ଏବଂ ହେଡ୍ଫୋନ କିଭଳି ସଠିକ ଭାବରେ ବ୍ୟବହାର କରିବାକୁ ତାହା ଶିଖାଇଥିଲେ। ଏହାପରେ ଟେକ୍ନିସିଆନ ଆସି ସରିଫଙ୍କ ହେଡଫୋନ ସଜାଡ଼ିଥିଲେ। ଏହା ପୂର୍ବରୁ ମଧ୍ୟ ଶେହବାଜ ସରିଫ ହେଡ୍ଫୋନ ବ୍ୟବହାର ନ କରିପାରିବାରୁ ଅପମାନିତ ହୋଇଥିଲେ।