LIVE TV

ପ୍ରଦୂଷଣରେ ଆକ୍ତାମାକ୍ତ ଦିଲ୍ଲୀ: ଅଫିସରେ ୫୦% କର୍ମଚାରୀଙ୍କୁ ନେଇ କାମ କରିବାକୁ ନିର୍ଦ୍ଦେଶ, ବାକି ଘରୁ ଥାଇ କାମ କରିବେ

NEWS7
ceo-vishal-garg-better-com-apologises-after-laying-off-900-employees-via-zoom-call

ନୂଆଦିଲ୍ଲୀ: ନାନା ଆନ୍ଦୋଳନ, ପ୍ରତିବାଦ ପରେ ପ୍ରଦୂଷଣ ନେଇ ରେଖା ଗୁପ୍ତାଙ୍କ ସରକାର ଦିଲ୍ଲୀରେ ଗ୍ରେଡେଡ୍ ରେସପନ୍ସ ଆକ୍ସନ୍ ପ୍ଲାନ (GRAP) ପର୍ଯ୍ୟାୟ III ଅନୁଯାୟୀ ଜରୁରୀକାଳୀନ କଟକଣା ଲାଗୁ କରିଛନ୍ତି। ରାଜଧାନୀରେ ସମସ୍ତ ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟଗୁଡ଼ିକ ୫୦% କର୍ମଚାରୀ ନେଇ କାମ କରିବାକୁ ନିର୍ଦ୍ଦେଶ ଦିଆଆଇଛି। ବାକି କର୍ମଚାରୀଙ୍କୁ ଘରୁ ଥାଇ କାମ କରିବାକୁ ବାଧ୍ୟତାମୂଳକ କରାଯାଇଛି। ପରିବେଶ (ସୁରକ୍ଷା) ଆଇନ, ୧୯୮୬ ର ଧାରା ୫ ଅନୁଯାୟୀ ପରିବେଶ ଏବଂ ଜଙ୍ଗଲ ବିଭାଗ ଦ୍ୱାରା ଏହି ନିର୍ଦ୍ଦେଶ ଜାରି କରାଯାଇଛି।

ଦିଲ୍ଲୀର ବାୟୁ ମାନରେ ନିରନ୍ତର ଅବନତି ଜାରି ରହିଛି। ଶୀତ ଋତୁରେ ପ୍ରଦୂଷଣ ସ୍ତର - ବିଶେଷକରି PM2.5 ଏବଂ PM10 - ନିର୍ଦ୍ଧାରିତ ମାନଦଣ୍ଡ ଉଲ୍ଲଂଘନ କରୁଛି। ୧୯୮୭ ମସିହାରୁ ଦିଲ୍ଲୀକୁ ବାୟୁ ପ୍ରଦୂଷଣ ନିୟନ୍ତ୍ରଣ କ୍ଷେତ୍ର ଭାବରେ ଅଧିସୂଚିତ କରାଯାଇଛି। ଏବଂ କର୍ତ୍ତୃପକ୍ଷ ବାୟୁ ମାନ ପରିଚାଳନା ଆୟୋଗ (CAQM)ର ନିର୍ଦ୍ଦେଶ ପରେ ଅକ୍ଟୋବର ମଧ୍ୟଭାଗରୁ GRAP ର କ୍ରମାଗତ ପର୍ଯ୍ୟାୟ ଆରମ୍ଭ କରିଛନ୍ତି।

ନିର୍ଦ୍ଦେଶ ଅନୁଯାୟୀ, ସମସ୍ତ ଜିଏନ୍‌ସିଟିଡି ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ଯେମିତି ଅଧାରୁ ଅଧିକ କର୍ମଚାରୀ ନିଜେ ଉପସ୍ଥିତି ନ ରହିବେ ତାହା ସୁନିଶ୍ଚିତ କରିବାକୁ ପଡିବ। ପ୍ରଶାସନିକ ସଚିବ ଏବଂ ବିଭାଗୀୟ ମୁଖ୍ୟମାନେ ଜରୁରୀକାଳୀନ ଏବଂ ସାର୍ବଜନୀନ ସେବା ବଜାୟ ରଖିବା ପାଇଁ କେବଳ ଆବଶ୍ୟକ ହେଲେ ଅତିରିକ୍ତ କର୍ମଚାରୀଙ୍କୁ ଡକାଇପାରିବେ। ଘରୋଇ ଅଫିସମାନଙ୍କ ପାଇଁ ମଧ୍ୟ ସମାନ ନିୟମ ରହିଛି। ତେବେ ଘରୋଇ ଅଫିସଗୁଡ଼ିକରେ କାମ କରିବାର ସମୟ ପରିବର୍ତ୍ତନ କରିବା, ଘରୁ ଥାଇ କାମ କରିବାର ନିୟମ କଡ଼ା କରିବା ଓ ଅଫିସ ଆସିଲା ବେଳେ ଯଥା ସମ୍ଭବ ବ୍ୟକ୍ତିଗତ ଗାଡ଼ି ନ ଆଣିବାକୁ ନିର୍ଦ୍ଦେଶ ଦିଆଯାଇଛି।

ତେବେ ଏହି କଟଣାରୁ ଅତ୍ୟାବଶ୍ୟକୀୟ ସେବା, ହସ୍ପିଟାଲ, ୟୁଟିଲିଟିଜ୍ ଏବଂ ପ୍ରଦୂଷଣ-ନିୟନ୍ତ୍ରଣ ଟିମଗୁଡ଼ିକୁ ମୁକ୍ତ ରଖାଯାଇଛି।  ନିୟମର କଡା କଡ଼ା ଅନୁପାଳନ ତଦାରଖ କରିବାକୁ ଜିଲ୍ଲା କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି, ଉଲ୍ଲଂଘନ ପାଇଁ ଦଣ୍ଡ ଲାଗୁ ହେବ।