ଶୁକ୍ରବାର ନମାଜ ବେଳେ ସିରିୟା ମସଜିଦ୍ ରେ ବିସ୍ଫୋରଣ, ୮ ମୃତ, ୧୮ ଆହତ

NEWS7
bollywood-stars-being-covid-positive-after-taken-1st-dose-of-vaccine

ଅଲାୱାଇଟ୍ ୨୬।୧୨: ସିରିୟାରେ ଶୁକ୍ରବାର ନମାଜ ସମୟରେ ମସଜିଦରେ ବିସ୍ଫୋରଣ ହୋଇଛି। ଫଳରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୮ରୁ ଊର୍ଦ୍ଧ୍ୱ ଲୋକେ ଆହତ ହୋଇଛନ୍ତି। ଏହି ଘଟଣା ସ୍ୱଳ୍ପ ଜନବହୁଳ ଅଲୱାଇଟ ଅଞ୍ଚଳରେ ହୋଇଛି। ସ୍ଥାନୀୟ ସାମ୍ବାଦିକଙ୍କ ଅନୁସାରେ ବିସ୍ଫୋରଣ ଅଲୀ ବିନ ଅବି ତାଲିବ ମସଜିଦ୍ ରେ ହୋଇଛି। ସୂଚନା ମିଳିବାମାତ୍ରେ ଆପତକାଳୀନ ଦଳ ଘଟଣାସ୍ଥଳରେ ପହଞ୍ଚିବା ସହିତ ମୃତାହତଙ୍କୁ ଉଦ୍ଧାର କରି ହସ୍ପିଟାଲ ପହଞ୍ଚାଇଛନ୍ତି।

ସୁରକ୍ଷା ବଳ ଅଞ୍ଚଳକୁ ଘେରାଉ କରିଥିବା ବେଳେ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ବିସ୍ଫୋରଣର କାରଣ ଏବେବି ସ୍ପଷ୍ଟ ହୋଇ ନାହିଁ। ବ୍ରିଟେନସ୍ଥିତ ସିରିୟ ମାନବାଧିକାର କେନ୍ଦ୍ର ମଧ୍ୟ ବିସ୍ଫୋରଣର ଖବର ଦେଇଛି। ତେବେ ଏହା ଆତ୍ମଘାତୀ ଆକ୍ରମଣ ଥିଲା କି ନା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ। ଯଦି ଆତ୍ମଘାତୀ ଆକ୍ରମଣ ଥିଲା ତେବେ ଏହା ପଛରେ କେଉଁମାନଙ୍କ ହାତ ରହିଛି ସେ ନେଇ ମଧ୍ୟ ସ୍ପଷ୍ଟ ସୂଚନା ମିଳି ନାହିଁ।