ଗମ୍ଭୀର କ'ଣ କରୁଛନ୍ତି କିଛି ଜାଣି ହେଉନି, କୋଚ୍ ଭାବେ ଦାୟିତ୍ୱ ନେଉ ନାହାଁନ୍ତି : ବର୍ଷିଲେ ଭେଟେରାନ୍ ଖେଳାଳି

NEWS7
big-welcome-to-rangavati-lyricist-mitravanu-gauntia-in-jharsuguda

ନୂଆଦିଲ୍ଲୀ, ୨୪/୦୨: ସୁପର ୮ର ପ୍ରଥମ ମୁକାବିଲାରେ ଦକ୍ଷିଣ ଆଫ୍ରିକାଟୁ ଶୋଚନୀୟ ଭାବେ ପରାସ୍ତ ହୋଇଛି ଭାରତ । ଦଳର ବ୍ୟାଟିଂ ଦୁର୍ବଳତା ପଦାରେ ପଡିଛି । ଓପନରଙ୍କଠୁ ମିଡିଲ୍ ଅର୍ଡର । ସବୁ ବ୍ୟାଟର ଫେଲ ମାରିଥିଲେ । ଅଭିଷେକ ଶର୍ମା ଏବଂ ତିଲକ ବର୍ମା ଫର୍ମରେ ନାହାଁନ୍ତି । ସୂର୍ଯ୍ୟ କୁମାରଙ୍କ ବ୍ୟାଟ୍ ମଧ୍ୟ ଚାଲି ନଥିଲା । ଦଳର ସିଲେକ୍ସନକୁ ନେଇ ପ୍ରଶ୍ନ ଉଠୁଛି । ଏସବୁ ଭିତରେ କୋଚ୍ ଗୌତମ ଗମ୍ଭୀରଙ୍କ ପାରିବାପଣିଆକୁ ନେଇ ସମାଲୋଚନା କରିଛନ୍ତି ପୂର୍ବତନ ଖେଳାଳି କ୍ରିଷ୍ଣାମଚାରୀ ଶ୍ରୀକାନ୍ତ ।

୧୯୮୩ ବିଶ୍ୱକପ୍ ବିଜେତା ଟିମ୍ ସଦସ୍ୟ ଶ୍ରୀକାନ୍ତ କହିଛନ୍ତି ଯେ, ଗମ୍ଭୀରଙ୍କୁ ଅଧିକ ଦାୟିତ୍ୱ ନେବାର ଆବଶ୍ୟକତା ରହିଛି । ଗମ୍ଭୀର କଣ କରୁଛନ୍ତି କିଛି ଜଣା ପଡୁନାହିଁ । ସେ ନିଜେ ମଧ୍ୟ ଏକଥା ଜାଣନ୍ତିନି । ଦଳର ଚୟନ ଠିକ୍ ଭାବେ ହେଉ ନାହିଁ । ଯଦି ଏହା ଲାଗିରହେ ତାହାଲେ ଭାରତୀୟ ଦଳର ଆଗାମୀ ଦିନରେ ଅସୁବିଧାର ସାମ୍ନା କରିବ । ହାରିବା ପରେ ଅକ୍ଷର ପଟେଲଙ୍କୁ ସ୍ଥାନ ଦେବା ନେଇ ପ୍ରଶ୍ନ ଉଠୁଛି । ଅକ୍ଷରଙ୍କୁ କାହିଁକି ବାଦ୍ ଦିଆଗଲା ତାହା କେହି କହିପାରୁ ନାହାଁନ୍ତି ।

ଏହି ଖବରଟି ପଢନ୍ତୁ... ଭାରତର 'ପ୍ରହାର'ରେ ଥରିଲେଣି ଆତଙ୍କବାଦୀ : ଏବେ ଆକ୍ରମଣ ପୂର୍ବରୁ ଭାବିବେ ଶହେ ଥର, ଖସିବାର ବାଟ ନାହିଁ

ଶ୍ରୀକାନ୍ତ ଆହୁରି କହିଛନ୍ତି ଯେ, ଗମ୍ଭୀର ମୁଖ୍ୟ କୋଚ୍ । ତାଙ୍କୁ ସଦାବେଳେ ଆହୁରି ଅନେକ କୋଚ୍ ଘେରି ହୋଇ ରହୁଛନ୍ତି । ସମସ୍ତେ ଥାଇ ମଧ୍ୟ ଏକ ସହଜ ନିଷ୍ପତ୍ତି ନେଇପାରୁ ନାହାଁନ୍ତି । ଅକ୍ଷର ପଟେଲ ଉପ ଅଧିନାୟକ । ତଥାପି ତାଙ୍କୁ ବାଦ୍ ଦିଆଯାଇଥିଲା । ଅନେକ ଉପ ଅଧିନାୟକଙ୍କୁ ଦଳରୁ ବାଦ୍ ଦିଆଯାଉଛି । ଶୁଭମନ ଗିଲଙ୍କ କ୍ଷେତ୍ରରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଥିଲା । ଏମିତି ହେଲେ ଦଳରେ କେହି ଉପ ଅଧିନାୟକ ହେବାକୁ ଚାହିଁବେନି ।

ସେ ଆହୁରି କହିଛନ୍ତି ଯେ, ଟି୨୦ ଇତିହାସରେ ଭାରତ ସବୁଠୁ ଲଜ୍ଜାଜନକ ପରାସ୍ତ ହୋଇଛି । ଏହାକୁ ହାଲୁକା ଭାବେ ନେଇ ହେବ ନାହିଁ । ୨୦୨୨ ସେମି ପରେ ଏହା ସବୁଠୁ ନୈରାଶ୍ୟଜନକ ପରାଜୟ । ଭାରତର ପରାଜୟ ପାଇଁ ଜିମ୍ବାଓ୍ୱେ ବିପକ୍ଷ ମ୍ୟାଚ୍ ଅତି ଗୁରୁତ୍ୱପୂର୍ଣ୍ଣ ହୋଇଯାଇଛି । ଏବେ ଅନ୍ୟ ଦଳର ଖେଳ ଉପରେ ଭାରତର ଭବିଷ୍ୟତ ନିର୍ଭର କରୁଛି । ଯାହା ଗ୍ରହଣୀୟ ନୁହେଁ ବୋଲି ଶ୍ରୀକାନ୍ତ କହିଛନ୍ତି ।