LIVE TV

ବିରାଟ କୋ ମତ୍ ଛେଡ୍ ..ମତ୍ ଛେଡ୍ ...ଇଣ୍ଡିଜ୍ ଖେଳାଳିଙ୍କୁ ଚେତାଇଲେ ବିରାଟଙ୍କ ବିଗ୍ ଫ୍ୟାନ୍, ଜାଣନ୍ତୁ ସେ କିଏ କହିଛନ୍ତି କ’ଣ?

NEWS7

ୱେଷ୍ଟ ଇଣ୍ଡିଜ୍‌କୁ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍‌ରେ ଧୂଳି ଚଟେଇଛି ଭାରତ। ୬ ୱିକେଟ୍‌ରେ ଜିତିଛି ମ୍ୟାଚ୍ । କ୍ୟାପ୍ଟେନ ବିରାଟ କୋହଲୀ ଓ କେ.ଏଲ. ରାହୁଲଙ୍କ ଜୋଡିକୁ ଏହି ବିଜୟର ଶ୍ରେୟ ଦିଆଯାଉଛି। ଟିମ୍‌କୁ ମଜଭୁତି ଦେଇଥିଲେ ମଧ୍ୟ ବିରାଟ କିନ୍ତୁ ମ୍ୟାଚ୍ ରେ ନିଜର ଶତକ ପୂରଣ କରି ପାରିନାହାନ୍ତି। ଶତକ ଲାଗି ଆଉ ମାତ୍ର ୬ ରନ ବାକି ଥିବା ବେଳେ ବିରାଟ ପ୍ୟାଭଲିୟନକୁ ଫେରିଥିଲେ। ହେଲେ କ୍ରିକେଟର ଏହି ମାଇକ୍ରୋ ଫର୍ମାଟ୍‌ରେ ବିରାଟ ସର୍ବାଧିକ ସ୍କୋରର ରେକର୍ଡ ନିଜ ନାମରେ ନାମିତ କରିଛନ୍ତି।

wp:html /wp:html

ଏଥିଲାଗି ବିରାଟଙ୍କୁ ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ ଅଭିନନ୍ଦନ ଜ୍ଞାପନ କରିଛନ୍ତି। ବିରାଟଙ୍କ ତାରିଫରେ ବିଗ୍ ବି ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଏକ ମଜାଦାର ଟ୍ୱିଟ୍ କରିଛନ୍ତି। ଅମିତାଭ ତାଙ୍କ ସୁପରହିଟ୍ ଫିଲ୍ମ ‘ଅମର ଆକବର ଆନ୍ଥୋନୀ’ର ଏକ ଡାଇଲଗ ଶୈଳୀରେ ବାର୍ତ୍ତା ଦେଇଛନ୍ତି। ଫିଲ୍ମରେ ଅମିତାଭ ମାଡ ଖାଇବା ପରେ ଏକ ଦର୍ପଣ ସାମ୍ନାରେ ଛିଡା ହୋଇ ନିଜକୁ ନିଜେ କହୁଥିବା ଏହି ଡାଇଲଗ୍‌କୁ ବିରାଟଙ୍କ ଉଦ୍ଦେଶ୍ୟରେ ଉଲ୍ଲେଖ କରିଥିବା ବେଳେ  ବିରାଟ ବି ତାଙ୍କ ଅଭିନନ୍ଦନ ଶୈଳୀକୁ ଖୁବ୍ ପସନ୍ଦ କରିଛନ୍ତି।

{"id":194871,"sizeSlug":"large"}

ବିରାଟ ବିଗ-ବିଙ୍କ ଡାଇଲଗର ରିଟ୍ୱିଟ୍ ବି କରିଛନ୍ତି। ଏଥିରେ ବିରାଟ ଅମିତାଭଙ୍କ ଏହି ଡାଇଲଗକୁ ଖୁବ୍ ପସନ୍ଦ କରନ୍ତି ବୋଲି ଉଲ୍ଲେଖ କରିବା ସହ ଆପଣ ସର୍ବଦା ଆମର ପ୍ରେରଣାର ଉତ୍ସହ ହୋଇ ରହିଥିବା ଉଲ୍ଲେଖ କରିଛନ୍ତି। ତେବେ ଇଣ୍ଡିଆ ଟୁରରେ ଥିବା ୱେଷ୍ଟଇଣ୍ଡିଜ  ଟି-୨୦ ସିରିଜର ପ୍ରଥମ ମ୍ୟାଚ୍  ବେଶ ଉତ୍ସାହରେ ଖେଳିଥିବା ଦେଖାଯାଇଛି।