ହଠାତ୍ କାହିଁକି ରାଗିଗଲେ ୟର୍କର କିଙ୍ଗ, ଫ୍ୟାନଙ୍କ ସହ କଲେ ଏମିତି....

NEWS7
bhubaneswar-protest-against-mangu-math-demolation-in-puri

ନୂଆଦିଲ୍ଲୀ ୧୮/୧୨: ଟିମ୍ ଇଣ୍ଡିଆର ୟର୍କର କିଙ୍ଗ । କାମ୍ ଆଣ୍ଡ କ୍ୱାଇଟ୍ । ପଡ଼ିଆରେ ଶାନ୍ତ ସ୍ୱଭାବ । କ୍ରିକେଟ ବ୍ୟତୀତ କୌଣସି ଅଯଥା ଆକ୍ଟିଭିଟି ଦେଖିବାକୁ ମିଳେନି । ଭାରି ସିରିୟସ । ଫ୍ୟାନ୍ ଫଲୋଅର ବି ଢେର । ହେଲେ ଏବେ ଶାନ୍ତି ସ୍ୱଭାବରେ ନଜର ଆସିଛି କ୍ରୋଧର ଭାବମୂର୍ତ୍ତି । ଭାଇରାଲ ହେଉଛି ତାଙ୍କର ଏହି ଆଙ୍ଗ୍ରି ଲୁକ୍ର ଭିଡିଓ ।

ଆଉ ଭିଡିଓ ଭାଇରାଲ ପରେ ଭଡକିଛନ୍ତି ଫ୍ୟାନ୍ସ । ପ୍ରତିଟି ଭାରତୀୟଙ୍କ ହୃଦୟରେ କ୍ରିକେଟର ଗୋଟିଏ ଅଲଗା ଟ୍ରେଣ୍ଡ ରହିଛି । ବିଶେଷ କରି କ୍ରିକେଟରଙ୍କ ଲାଇଫାଷ୍ଟାଇଲ୍କୁ ନେଇ ବେଶ୍ ହୁଏ ଚର୍ଚ୍ଚା । ବ୍ୟକ୍ତିଗତ ଜୀବନ, ବିବାହ ଏବଂ ବିବାଦକୁ ନେଇ ସୋସିଆଲ୍ ମିଡିଆରେ ଅଧିକ ଚର୍ଚ୍ଚା ହୁଏ । ଏମିତିକି ଟିକିଏ ଝଲକ ପାଇବାକୁ ବ୍ୟାକୁଳ ହୁଏ ଫ୍ୟାନ୍ ।

 

ନିକଟରେ ଏମିତି ହିଁ କିଛି ଚର୍ଚ୍ଚା ହେଉଛି ଟିମ୍ ଇଣ୍ଡିଆର ଷ୍ଟାର୍ ଖେଳାଳି ଜସପ୍ରିତ୍ ବୁମରାଙ୍କ ବିଷୟରେ । ତାଙ୍କର ଏକ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଯେଉଁଥିରେ ବୁମ୍ ବୁମ୍ ବୁମରା ଏବଂ ଜଣେ ଫ୍ୟାନ୍ସଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଯାଇଛି । ଦୁହେଁ ଗୋଟିଏ ସମୟରେ ଏୟାରପୋର୍ଟରେ ଚେକ-ଇନ୍ କରୁଥିବା ବେଳେ ପ୍ରଶଂସକ ବିନା ଅନୁମତିରେ ଇଣ୍ଡିଆନ୍ ଫାଷ୍ଟ୍ ବୋଲରଙ୍କ ଭିଡ଼ିଓ ଉତ୍ତୋଳନ କରୁଥିଲେ ।

ବୁମରା ପ୍ରଥମେ ଉକ୍ତ ଯୁବକଙ୍କୁ ସେଲ୍ଫି ଭିଡିଓ ନେବା ପାଇଁ ମନା କରିଥିଲେ । କିନ୍ତୁ ଯେତେବେଳେ ପ୍ରଶଂସକ କ୍ରିକେଟରଙ୍କ କଥାକୁ ନମାନି ଭିଡିଓ କରୁଥିଲେ ସେତେବେଳେ ବୁମରା ରାଗି ଯାଇଥିଲେ ଏବଂ ଫ୍ୟାନଙ୍କଠାରୁ ଫୋନ୍ ଛଡ଼ାଇ ଫୋପାଡ଼ି ଦେଇଥିଲେ । ସେପଟେ ବୁମରାଙ୍କ ଏପରି ଆଚରଣ ଦେଖି ସବୁଠି ଆଲୋଚନା । ଅନେକ ସମାଲୋଚନା ବି କରୁଛନ୍ତି ।