ଆସନ୍ତା ୧୦ରୁ ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାକୁ ଭିଜାଇବ ବର୍ଷା, ମଣ୍ଡି ଓ ଖଳାରେ ଭିଜିବ ଧାନ

NEWS7
benifits-of-black-ant-staying-at-home-and-demerits-of-red-ants

ଭୁବନେଶ୍ଵର: ଆସନ୍ତା ୧୦ରୁ ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାକୁ ଭିଜାଇବ ବର୍ଷା । ବଙ୍ଗୋପସାଗରରେ ସୃଷ୍ଟ ଘୁର୍ଣ୍ଣିବଳୟ ଓ୍ବେଲ ମାର୍କ ଲୋ ପ୍ରେସରରେ ପରିଣତ ହୋଇଛି । ଏହାର ପ୍ରଭାବରେ ଆସନ୍ତା ୧୦ ତାରିଖ ବେଳକୁ ଉପକୂଳ ଓଡ଼ିଶାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଥିବା ବେଳେ ପଶ୍ଚିମାବାୟୁ ପ୍ରଭାବରେ ଉତ୍ତର-ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ସହ କୁଆପଥର ପଡ଼ିବାର ସମ୍ଭାବନା ରହିଛି । ଗୋଟେ ପଟେ ବର୍ଷା ଆସୁଥିବା ବେଳେ ମିଲର୍ସ ଆନ୍ଦୋଳନ ଯୋଗୁଁ ମଣ୍ଡି ଓ ଖଳାରେ ଧାନ ପଡ଼ିରହିଥିବାରୁ ବଢ଼ିଛି ଚାଷୀଙ୍କ ଚିନ୍ତା। ଆଜି ବି ଯୋଗାଣ ମନ୍ତ୍ରୀଙ୍କ ସହ ମିଲର୍ସଙ୍କ ବୈଠକ ବିଫଳ ହେବା ପରେ ମଣ୍ଡି ଅଚଳାବସ୍ଥାକୁ ନେଇ ଅନିଶ୍ଚିତତା ଲାଗି ରହିଛି । ୧୦ରେ ବର୍ଷା ସମ୍ଭାବନା ଥିବାରୁ ବିଭିନ୍ନ ଜିଲ୍ଲାରେ ମଣ୍ଡି ଖୋଲା ତାରିଖକୁ ଘୁଞ୍ଚାଇପାରନ୍ତି ସରକାର।

ଆସୁଛି ବର୍ଷା । ମଣ୍ଡି ଓ ଖଳାରେ ଭିଜିବ ଧାନ । ଜିଦରେ ଅଟଳ ମିଲର୍ସ । ଅଚଳ ହୋଇପଡ଼ିଛି ମଣ୍ଡି । ବଢ଼ିଗଲାଣି ଚାଷୀଙ୍କ ଚିନ୍ତା । ଆସନ୍ତା ୧୦ରୁ ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାକୁ ଭିଜାଇବ ବର୍ଷା । ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଓ୍ବେଲ ମାର୍କ ଲୋ ପ୍ରେସରରେ ପରିଣତ ହୋଇଛି । ଏହାର ପ୍ରଭାବରେ ଆସନ୍ତା ୧୦ ତାରିଖ ବେଳକୁ ଉପକୂଳ ଓଡ଼ିଶାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ସେହିଭଳି ପଶ୍ଚିମାବାୟୁ ପ୍ରଭାବରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ଯେପରିକି ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ବଲାଙ୍ଗିର, ସମ୍ବଲପୁରରେ ବର୍ଷା ସହ କୁଆପଥର ପଡ଼ିବାର ସମ୍ଭାବନା ରହିଛି । ୧୦ ଓ ୧୧ ତାରିଖ ପର୍ଯ୍ୟନ୍ତ ଏହାର ପ୍ରଭାବ ରହିବ ବୋଲି କହିଛନ୍ତି ପାଣିପାଗ ବିଜ୍ଞାନୀ ତଥା ସୋଆ, ସିଇସି ମୁଖ୍ୟ ଶରତ ଚନ୍ଦ୍ର ସାହୁ । ସେହିଭଳି ୯ରୁ ୧୩ ଯାଏଁ ବଢ଼ିବ ଶୀତର ପ୍ରକୋପ ।

ଗୋଟେ ପଟେ ମିଲର୍ସ ଆନ୍ଦୋଳନ ଯୋଗୁଁ ମଣ୍ଡିରେ ଲାଗି ରହିଛି ଅଚଳାବସ୍ଥା । ଏମିତିରେ ମଣ୍ଡି ଓ ଖଳାରେ ପଡ଼ି ରହିଛି ଚାଷୀଙ୍କ ଧାନ । ଏଭଳି ପରିସ୍ଥିତିରେ ବେଡ଼ି ଉପରେ କୋରଡ଼ା ମାଡ଼ ଭଳି ଦାଉ ସାଧିବ ବର୍ଷା । ଯାହାକୁ ନେଇ ଚାଷୀଙ୍କ ଚିନ୍ତା ବଢ଼ିଯାଇଛି । ନଜର ପକାନ୍ତୁ ଇଏ ହେଉଛି ସମ୍ବଲପୁରର ଦୃଶ୍ୟ । ଯେଉଁଠି ମିଲର୍ସଙ୍କ ଆନ୍ଦୋଳନ ଯୋଗୁଁ ଠପ୍ ହୋଇଯାଇଛି ଧାନ କିଣା । ମଣ୍ଡିକୁ ଧାନ ଆଣିବା ପରେ ପୁଣି ଘରକୁ ଫେରାଇ ନେଉଛନ୍ତି ଚାଷୀ । ଇଏ ହେଉଛି ବରଗଡ଼ ଜିଲ୍ଲା ଅତାବିରାର ଦୃଶ୍ୟ । ଯେଉଁଠି ମିଲର୍ସ ଆନ୍ଦୋଳନ ଯୋଗୁଁ ମଣ୍ଡିରେ ପଡ଼ି ରହିଛି ଧାନ ।

ସୁବର୍ଣ୍ଣପୁର ଜିଲ୍ଲାର ଚିତ୍ର । ଯେଉଁଠି ମଣ୍ଡିରେ ଚାଷୀଙ୍କର ହଜାର ହଜାର କ୍ବିଣ୍ଟାଲ ଧାନ ମଣ୍ଡିରେ ପଡ଼ି ରହିଛି । ଧାନ ବିକି କରଜ ସୁଝିବାକୁ ଚିନ୍ତା କରୁଥିବା ଚାଷୀ ଏବେ ମଣ୍ଡିର ଅଚଳାବସ୍ଥା ଓ ବର୍ଷା ଚିନ୍ତାକୁ ନେଇ ବ୍ୟସ୍ତ ବିବ୍ରତ ହୋଇପଡ଼ିଲେଣି । କଳାହାଣ୍ଡିରେ ମଧ୍ୟ ସେ ସମାନ ଚିତ୍ର ଦେଖିବାକୁ ମିଳିଛି । ଆଜି ବି ଯୋଗାଣ ମନ୍ତ୍ରୀଙ୍କ ସହ ମିଲର୍ସଙ୍କ ବୈଠକ ବିଫଳ ହୋଇଛି । ଜାନୁଆରୀ ୧୦ରେ ରାଜ୍ୟର ଅନ୍ୟ ସବୁ ଜିଲ୍ଲାରେ ମଣ୍ଡି ଖୋଲିବା ପାଇଁ ସରକାରୀସ୍ତରରେ ନିଷ୍ପତ୍ତି ହୋଇଥିଲା । ହେଲେ ମିଲର୍ସଙ୍କ ଅସହଯୋଗ ଏବଂ ବର୍ଷା ସମ୍ଭାବନାକୁ ଦେଖି ବୋଧ ହୁଏ ନିର୍ଦ୍ଧାରିତ ତାରିଖକୁ ଘୁଞ୍ଚାଇପାରନ୍ତି ସରକାର ।

ପଶ୍ଚିମ ଓଡ଼ିଶାରେ ନଭେମ୍ବର ୨୮-୨୯ରୁ ମଣ୍ଡି ଖୋଲାଯାଇଥିଲେ ବି ପ୍ରଥମରୁ ମିଲର୍ସଙ୍କ ଅସହଯୋଗ ଯୋଗୁଁ ଧାନ କିଣା ହୋଇପାରିନଥିଲା । ୪-୬ଦିନ ପରେ ମିଲର୍ସଙ୍କ ସହ ସରକାର ଆଲୋଚନା କରିବା ପରେ କିଛି କିଛି ମଣ୍ଡିରୁ ଧାନ ଉଠିବା ଆରମ୍ଭ ହୋଇଥିଲା । ହେଲେ ଏବେ ପୁଣି ମିଲର୍ସ ନିଜ ଦାବି ପୂରଣ ଜିଦ୍ରେ ଅଟଳ ରହିଥିବା ବେଳେ ମଣ୍ଡିରେ ଲାଗି ରହିଛି ଅଚଳାବସ୍ଥା । ଏଭଳି ପରିସ୍ଥିତିରେ ବର୍ଷା ଭୟ ଚାଷୀଙ୍କ ଅକଲ ଗୁଡ଼ୁମ୍