Live Live
LIVE

LPG Cylinder Rules: ବର୍ଷରେ କେତୋଟି ଗ୍ୟାସ୍ ବୁକ୍ କରିପାରିବେ ଗ୍ରାହକ ? ଘରେ କେତୋଟି ରଖିବାକୁ ଅନୁମତି ରହିଛି, ଜାଣନ୍ତୁ

NEWS7
benefits-of-garlic

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ସଙ୍କଟ କାରଣରୁ ଏଲପିଜି ଗ୍ୟାସ୍ ଅଭାବକୁ ନେଇ ବ୍ୟବସାୟୀ ଏବଂ ସାଧାରଣ ଲୋକଙ୍କ ମଧ୍ୟରେ ଚିନ୍ତା ପ୍ରକାଶ ପାଇଛି। ଏହି ସମୟରେ କେନ୍ଦ୍ର ସରକାର ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ଲାଗୁ କରିବା ସହ ରିଫାଇନାରୀ ଗୁଡ଼ିକୁ ଏଲପିଜି ଉତ୍ପାଦନ ବଢ଼ାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଶ୍ୱ ଶକ୍ତି ବଜାରରେ ଅସ୍ଥିରତା ଲାଗିରହିଥିବା ବେଳେ ଏଲପିଜି ସିଲିଣ୍ଡର ବୁକିଂ ଏବଂ ଷ୍ଟକ୍ ରଖିବା ନେଇ କ’ଣ ନିୟମ ରହିଛି ଆସନ୍ତୁ ଜାଣିବା।

ଇଣ୍ଡିଆନ୍ ଅଏଲର ସୂଚନା ଅନୁଯାୟୀ, ଏଲପିଜି କେବଳ ଘରୋଇ ରୋଷେଇ ଇନ୍ଧନ ଭାବେ ବ୍ୟବହାର ପାଇଁ ଉଦ୍ଦିଷ୍ଟ। ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ମୂଲ୍ୟରେ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡ଼ିକ ଏହାକୁ ଯୋଗାଇଥାନ୍ତି।

ବର୍ଷକୁ ସବସିଡିରେ କେତୋଟି ସିଲିଣ୍ଡର ମିଳିବ?

ଭାରତ ସରକାରଙ୍କ ନିୟମ ଅନୁଯାୟୀ, ଜଣେ ଘରୋଇ ଗ୍ରାହକ ଗୋଟିଏ ଆର୍ଥିକ ବର୍ଷରେ ସବସିଡି (ରିହାତି) ଦରରେ ସର୍ବାଧିକ ୧୨ଟି ୧୪.୨ କେଜି ବିଶିଷ୍ଟ ସିଲିଣ୍ଡର କିମ୍ବା ୩୪ଟି ୫ କେଜି ବିଶିଷ୍ଟ ସିଲିଣ୍ଡର ପାଇବାକୁ ଯୋଗ୍ୟ।

ସର୍ବାଧିକ କେତୋଟି ଗ୍ୟାସ୍ ବୁକ୍ କରିପାରିବେ ?

ଗୋଟିଏ ଆର୍ଥିକ ବର୍ଷରେ ଘରୋଇ ଗ୍ରାହକମାନେ ସର୍ବାଧିକ ୧୫ଟି ଗ୍ୟାସ୍ ସିଲିଣ୍ଡର (୧୪.୨ କେଜି) ବୁକ୍ କରିପାରିବେ। ଅର୍ଥାତ୍ ସବସିଡିରେ ମିଳୁଥିବା ୧୨ଟି ସିଲିଣ୍ଡର ବ୍ୟତୀତ ଗ୍ରାହକମାନେ ଆବଶ୍ୟକ ପଡ଼ିଲେ ଅତିରିକ୍ତ ୩ଟି ସିଲିଣ୍ଡର କିଣିପାରିବେ। ତେବେ ଏହି ୩ଟି ଅତିରିକ୍ତ ସିଲିଣ୍ଡର ପାଇଁ ବଜାର ଦର କିମ୍ବା ବିନା ସବସିଡି (ବାଣିଜ୍ୟିକ) ଦର ଦେବାକୁ ପଡ଼ିବ।

ସାଧାରଣତଃ ୫ କେଜି ଏବଂ ୧୪.୨ କେଜି ସିଲିଣ୍ଡର ଘରୋଇ ବ୍ୟବହାର ପାଇଁ ଉଦ୍ଦିଷ୍ଟ ଥିବା ବେଳେ ମୋଟ ବଣ୍ଟନର ଏହା ୯୦ ପ୍ରତିଶତ ଅଟେ। ଅନ୍ୟପଟେ ୧୯ କେଜି, ୪୭.୫ କେଜି ଏବଂ ୪୨୫ କେଜିର ଜମ୍ବୋ ସିଲିଣ୍ଡର ବାଣିଜ୍ୟିକ ତଥା ଶିଳ୍ପ ବ୍ୟବହାର ପାଇଁ ଉଦ୍ଦିଷ୍ଟ।

ଘରେ କେତୋଟି ସିଲିଣ୍ଡର ଷ୍ଟକ୍ ରଖିପାରିବେ ?

ନିୟମ ଅନୁଯାୟୀ, ଜଣେ ଗ୍ରାହକ ଘରେ ସର୍ବାଧିକ ୨ଟି ଏଲପିଜି ସିଲିଣ୍ଡର ଷ୍ଟକ୍ ରଖିପାରିବେ। ଗୋଟିଏ ବର୍ତ୍ତମାନର ବ୍ୟବହାର ପାଇଁ ଏବଂ ଅନ୍ୟଟି ବ୍ୟାକଅପ୍ ବା ରିଫିଲ୍ ପାଇଁ ରଖିବାକୁ ଅନୁମତି ରହିଛି।

ବଢ଼ିଛି ଏଲପିଜି ଉତ୍ପାଦନ

ସରକାରୀ ରିପୋର୍ଟ ଅନୁଯାୟୀ, ଭାରତ ବିକଳ୍ପ ମାର୍ଗ ଦେଇ ଏଲପିଜି ଏବଂ ଏଲଏନଜି (LNG) ଯୋଗାଣ ସୁନିଶ୍ଚିତ କରିଛି। ଖୁବଶୀଘ୍ର ଏହି ବିକଳ୍ପ ସ୍ଥାନରୁ ଦେଶରେ ଗ୍ୟାସ୍ ପହଞ୍ଚିବାର ସମ୍ଭାବନା ରହିଛି। ଏହାସହ ସରକାରଙ୍କ ନିର୍ଦ୍ଦେଶ ପରେ ଭାରତୀୟ ତୈଳ ବିଶୋଧନାଗାରଗୁଡ଼ିକ ଘରୋଇ ଏଲପିଜି ଉତ୍ପାଦନକୁ ୧୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।

Also read: ରାଜ୍ୟରେ ଯଥେଷ୍ଟ ପରିମାଣରେ ରନ୍ଧନ ଗ୍ୟାସ ଉପଲବ୍ଧ, ଚିନ୍ତା କରନ୍ତୁ ନାହିଁ: ରାଜ୍ୟ ସରକାର