ଠିକାଦାରଙ୍କଠାରୁ ଲାଞ୍ଚ ନେଇ ଧରାପଡ଼ିଲେ ସହକାରୀ ନିର୍ବାହୀ ଯନ୍ତ୍ରୀ ଏବଂ ଜୁନିୟର ଇଞ୍ଜିନିୟର

NEWS7
ayushman-scheme-to-use-in-odisha-central-government

ଉଦଳା: ଠିକାଦାରଙ୍କଠାରୁ ଲାଞ୍ଚ ନେଇ ଧରାପଡ଼ିଲେ ସହକାରୀ ନିର୍ବାହୀ ଯନ୍ତ୍ରୀ ଏବଂ ଜୁନିୟର ଇଞ୍ଜିନିୟର। ଜଣେ ଠିକାଦାରଙ୍କଠାରୁ ୬୦ ହଜାର ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ମୟୂରଭଞ୍ଜ ଜିଲ୍ଲା ଉଦଳା ସବଡିଭିଜନ ଉଠା ଜଳସେଚନ ବିଭାଗର ଜେଇ ସୁବ୍ରତ ମହାନ୍ତି ଏବଂ ଏଇଇ ହରେକୃଷ୍ଣ ସିଂଙ୍କୁ ଧରିଛି ଭିଜିଲାନ୍ସ । ଜଣାପଡ଼ିଛି ଏଇଇ ୩୨ ହଜାର ଟଙ୍କା ନେଇଥିବାବେଳେ ଜେଇ ୨୮ ହଜାର ଟଙ୍କା ଲାଞ୍ଚ ମାଗୁଥିଲେ।

ସୂଚନା ଅନୁସାରେ, ୨୫ ଲକ୍ଷ ଟଙ୍କାର ପ୍ରକଳ୍ପ ବିଲ୍ ପାସ୍ କରିବା ପାଇଁ ୧ ଲକ୍ଷ ୧୦ ହଜାର ଟଙ୍କା ଲାଞ୍ଚ ମାଗୁଥିଲେ ଏଇଇ ଏବଂ ଜେଇ। ତେବେ କଣ୍ଟ୍ରାକ୍ଟର କଣ୍ଟ୍ରାକ୍ଟର ୬୦ ହଜାର ଦେବାକୁ ରାଜି ହୋଇଥିଲେ। କିନ୍ତୁ ମାତ୍ର ବାରମ୍ବାର ହଇରାଣ କରି ଟଙ୍କା ମାଗୁଥିବାରୁ ଭିଜିଲାନ୍ସ ବିଭାଗର ଦ୍ବାରସ୍ଥ ହୋଇଥିଲେ ଠିକାଦାର। ଆଉ ଏହି କ୍ରମରେ ଭିଜିଲାନ୍ସ ବିଭାଗ ଚଢ଼ାଉ କରି ୬୦ ହଜାର ଟଙ୍କା ଜବତ କରିଥିଲା। ବର୍ତ୍ତମାନ ଏଇଇଙ୍କ ଲିଙ୍କରେ ଥିବା ୨ଟି ସ୍ଥାନ ଏବଂ ଜେଇଙ୍କ ୩ଟି ସ୍ଥାନରେ ଚଢ଼ାଉ ଚାଲିଛି।