ଶ୍ରୀମନ୍ଦିର ଭିତର କାଠ ନିକଟରେ ରକ୍ତଛିଟା, ଠାକୁରଙ୍କର ହେଲା ବଡ଼ ମହାସ୍ନାନ

NEWS7
assam-health-dept-hunting-plasma-donor-by-boat-and-foot

ପୁରୀ ୨୧/୦୧: ପୁରୀ ଶ୍ରୀମନ୍ଦିରରେ ରକ୍ତଛିଟା। ମହାପ୍ରଭୁଙ୍କର ହେଲା ବଡ଼ ମହାସ୍ନାନ । ଭିତର କାଠ ନିକଟରେ ରକ୍ତ ପଡ଼ିଥିବା ଦେଖିବାକୁ ମିଳିଥିଲା । ସର୍ବ ସାଧାରଣ ଦର୍ଶନ ଚାଲୁଥିବା ସମୟରେ ରକ୍ତ ପଡିଥିବା ଦେଖିବାକୁ ମିଳିଥିଲା।

ଅବକାଶ ପୂଜା ଶେଷ ପରେ ଭିତର କାଠ ନିକଟରେ ରକ୍ତ ପଡ଼ିଥିବାରୁ ଠାକୁରଙ୍କୁ କରାଗଲା ବଡ଼ ମହାସ୍ନାନ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦିଆଯାଇଛି ସୂଚନା। ବଡ଼ ମହାସ୍ନାନ ଯୋଗୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି। ବଡ଼ ମହାସ୍ନାନ ନୀତି ସରିବା ପରେ ପୁନର୍ବାର ସର୍ବସାଧାରଣ ଦର୍ଶନ ଚାଲୁ ରହିବ।