କେଉଁ ଜୀବ ଆଖି ଖୋଲିକି ଶୋଇଥାଏ ? ଜାଣନ୍ତୁ ସେମାନଙ୍କ ବିଷୟରେ...

Published By : Prameya-News7 Bureau | April 20, 2024 IST

ନୂଆଦିଲ୍ଲୀ ୨୦।୦୪: ସାଧାରଣତଃ ଶୋଇବା ସମୟରେ ଆଖି ବନ୍ଦ ହେବା ସ୍ୱାଭାବିକ ! କିନ୍ତୁ ଏପରି କିଛି ପଶୁ ଅଛନ୍ତି ଯେଉଁମାନେ ଆଖି ଖୋଲି ଶୋଇଥା’ନ୍ତି । ଏହି ପଶୁମାନଙ୍କ ନିଦକୁ ‘ୟୁନିହେମିସଫେରିକ୍’ କୁହାଯାଏ | ଶୋଇବା ସମୟରେ ଏମାନଙ୍କର ମସ୍ତିଷ୍କ ଖୋଲା ରହିଥାଏ । ଯାହା ଦ୍ବାରା ଏମାନେ ଶିକାରୀଙ୍କ ଠାରୁ ସତର୍କ ରହିଥାନ୍ତି ।   ତେବେ ଆସନ୍ତୁ ଜାଣିବା ଏହି ଜୀବଙ୍କ ବିଷୟରେ...

ଡଲଫିନ୍, ଏମାନେ ନିଜର ବୁଦ୍ଧି ପାଇଁ ଜଣାଶୁଣା । ଶୋଇବା ସମୟରେ ଡଲଫିନ୍‌ ଗୋଟିଏ ଆଖି ଖୋଲା କରି ଶୋଇଥା’ନ୍ତି, ବିଶ୍ରାମ ନେବାବେଳେ ମଧ୍ୟ ସେମାନେ ସତର୍କ ରୁହନ୍ତି । ସେହିପରି କେତେକ ପ୍ରଜାତିର ପେଙ୍ଗୁଇନ୍ ଆଖି ଅଧା ଖୋଲା ରଖି ଶୋଇଥା’ନ୍ତି । ତେଣୁ ସେମାନଙ୍କ ନିକଟକୁ ଆସୁଥିବା ବିପଦକୁ ସେମାନେ ଚିହ୍ନଟ କରିପାରନ୍ତି । 

ରାତ୍ରୀଚର ପକ୍ଷୀ ହେଉଛି ପେଚା । ଏମାନେ ବିପଦ ପାଇଁ ସଜାଗ ରହିବାକୁ ପ୍ରାୟତଃ ଆଖି ଖୋଲା କରି ଶୋଇଥା’ନ୍ତି । ସେହିପରି ସାପର ଆଖିପତା ନାହିଁ । ତେଣୁ ସେମାନେ ଆଖି ଖୋଲି ଶୋଇଥା’ନ୍ତି । ସାପ ମାନଙ୍କ ଆଖି ଉପରେ ଏକ ସ୍ୱଚ୍ଛ ସ୍ତର ଅଛି ଯାହା ସେମାନଙ୍କୁ ଆଘାତରୁ ରକ୍ଷା କରିଥାଏ । ଏହାବ୍ୟତୀତ ଅନେକ ପ୍ରଜାତିର ବାଦୁଡି ମଧ୍ୟ ଆଖି ଖୋଲା କରି ଶୋଇଥାନ୍ତି । ଅନ୍ୟ ଶିକାରୀ ଜୀବଙ୍କଠାରୁ ନିଜକୁ ରକ୍ଷା କରିବାକୁ ଏପରି କରିଥାଏ ବାଦୁଡି ।

 ଅନ୍ୟପଟେ କୁମ୍ଭୀର ମଧ୍ୟ ଆଖି ଖୋଲା କରି ଶୋଇଥାଏ । ଅଷ୍ଟ୍ରେଲୀୟ ଜୀବବିଜ୍ଞାନୀଙ୍କ ଅନୁଯାୟୀ କୁମ୍ଭୀରମାନେ ଶୋଇବା ସମୟରେ ଗୋଟିଏ ଆଖି ଖୋଲା ରଖନ୍ତି। ଏଥିପାଇଁ ସେମାନଙ୍କର ମସ୍ତିଷ୍କର ଅଧା ଅଂଶ ସକ୍ରିୟ ରହିଥାଏ । କୁମ୍ଭୀରଙ୍କର ମସ୍ତିଷ୍କର ଏକ ଅଂଶ ମନିଟରିଂ ପାଇଁ କାମ କରେ । ଅନ୍ୟ ଅଂଶଟି ବିଶ୍ରାମ ପାଇଁ ରହିଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.