ଇନଷ୍ଟାଗ୍ରାମରେ ଡେବ୍ୟୁ କଲେ ଇବ୍ରାହିମ୍‌, ୨୪ ଘଣ୍ଟାରେ ୭ ଲକ୍ଷ ଫଲୋର୍ସ

Published By : Prameya-News7 Bureau | May 03, 2024 IST

ମୁମ୍ଵାଇ ୦୩।୦୫: ଇନ୍‌ଷ୍ଟ୍ରାଗ୍ରାମ୍‌ରେ ଡେବ୍ୟୁ କରିଛନ୍ତି ଅଭିନେତା ସୈଫ୍‌ ଅଲି ଖାନ୍‌ଙ୍କ ପୁଅ ତଥା ସାରା ଅଲି ଖାନ୍‌ଙ୍କ ଭାଇ ଇବ୍ରାହିମ ଅଲି ଖାନ୍‌ । ଏକ ବ୍ରାଣ୍ଡ୍‌ ଲାଗି ଫଟୋସୁଟ୍‌ ଜରିଆରେ ସେ ନିଜର ପ୍ରଥମ ଇନ୍‌ଷ୍ଟାଗ୍ରାମ୍‌ ପୋଷ୍ଟ୍‌ ଶେୟାର କରିଛନ୍ତି । ଇନ୍‌ଷ୍ଟାରେ ଯୋଗ ଦେବାର ୨୪ ଘଣ୍ଟା ମଧ୍ୟରେ ଇବ୍ରାହିମଙ୍କ ଫଲୋଅର୍‌ ସଂଖ୍ୟା ୬ ଲକ୍ଷ ୭୧ ହଜାରରେ ପହଞ୍ଚିଛି । 

ଇନ୍‌ଷ୍ଟାରେ ଡେବ୍ୟୁ କରିବା ମାତ୍ରେ ସେ ଅଭିନେତ୍ରୀ ପଲକ ତିୱାରୀଙ୍କୁ ଫଲୋ କରିଛନ୍ତି । ପଲକଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ବିଷୟରେ ଇଣ୍ଡଷ୍ଟ୍ରିରେ ଖୁବ୍‌ ଚର୍ଚ୍ଚା ହେଉଛି । ସୁହାନା ଖାନ୍‌, ଆଲିୟା ଭଟ୍ଟ, ଖୁସି କପୁର ଓ ଅନନ୍ୟା ପାଣ୍ଡେଙ୍କ ସମେତ ୪୫ ୟୁଜର୍‌ଙ୍କୁ ଇବ୍ରାହିମ୍‌ ଫଲୋ କରୁଛନ୍ତି । ସାରା ଏକ ଇନ୍‌ଷ୍ଟା ଷ୍ଟୋରୀ ଶେୟାର କରି ଭାଇ ଇବ୍ରାହିମଙ୍କୁ ସୋସିଆଲ ମିଡିଆକୁ ସ୍ୱାଗତ କରିଛନ୍ତି । କରୀନା କପୁର, କରନ ଜୋହରଙ୍କ ଭଳି ସେଲିବ୍ରିଟି ମଧ୍ୟ ତାଙ୍କୁ ସ୍ୱାଗତ କରିଛନ୍ତି ।



ଇବ୍ରାହିମ ଯେଉଁ ବ୍ରାଣ୍ଡ୍‌ ପାଇଁ ଫଟୋସୁଟ୍‌ କରିଛନ୍ତି, କରୀନା ମଧ୍ୟ ଏଥିପାଇଁ ଫଟୋସୁଟ୍‌ କରାଇ ଇନ୍‌ଷ୍ଟାରେ ଏଣ୍ଟ୍ରି କରିଥିଲେ । ଖୁବ୍‌ଶୀଘ୍ର ଫିଲ୍ମ ‘ସର୍‌ଜମିନ୍‌’ ଜରିଆରେ ବଲିଉଡ୍‌ରେ ଏଣ୍ଟ୍ରି କରିବେ ଇବ୍ରାହିମ । ଏଥିରେ ତାଙ୍କ ସହ କାଜୋଲ ଓ ପୃଥ୍ୱୀରାଜ ସୁକୁମାରନଙ୍କ ଭଳି କଳାକାର ନଜର ଆସିବେ । ଫିଲ୍ମର ପ୍ରଯୋଜନା ଦାୟିତ୍ୱରେ ଅଛନ୍ତି କରନ ଜୋହର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.