ହେଭିୱେଟଙ୍କ ନାମାଙ୍କନ: ଶୋଭାଯାତ୍ରାରେ ଯାଇ ପ୍ରାର୍ଥୀପତ୍ର ଦାଖଲ କଲେ ସାଂସଦ ଓ ବିଧାୟକ ପ୍ରାର୍ଥୀ

Published By : Prameya-News7 Bureau | May 03, 2024 IST

କଟକ ୦୩/୦୫: କଟକରେ ଆଜି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ସବୁ ଦଳର ହେବିଓ୍ୱେଟ୍ ନେତା । ଲୋକସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ଡକ୍ଟର ସନ୍ତୃପ୍ତ ମିଶ୍ର ଆଜି ଵିଶାଳ ଶୋଭାଯାତ୍ରାରେ ବାହାରି ପ୍ରାର୍ଥୀପତ୍ର ଦାଖଲ କରିଥିଲେ । 

ସେହିଭଳି କଟକ ଲୋକସଭା ଆସନରେ ଵିଜେପି ପ୍ରାର୍ଥୀ ଭର୍ତ୍ତୃହରି ମହତାବ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନପତ୍ର ଦାଖଲ କରିଛନ୍ତି । ଅଳ୍ପ କିଛି ସମର୍ଥକଙ୍କ ସହ ଆସି ଅତ୍ୟନ୍ତ ନିରାଡମ୍ବର ଢଙ୍ଗରେ ନିଜର ନାମାଙ୍କନପତ୍ର ଦାଖଲ କରିଛନ୍ତି ଭର୍ତ୍ତୃହରି । 

ସେହିପରି ବାରବାଟୀ କଟକ କଂଗ୍ରେସ ପ୍ରାର୍ଥୀ ସୋଫିଆ ଫିର୍ଦ୍ଦୋସ ଵାପା ମହମ୍ମଦ ମୋକ୍କିମ ଓ କିଛି ସମର୍ଥକଙ୍କ ସହ ଶୋଭାଯାତ୍ରାରେ ଆସି କଟକ ଉପଜିଲ୍ଲାପାଳଙ୍କ ଅଫିସରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । 

ସେପଟେ ଚୌଦ୍ବାର କଟକ ବିଜେଡି ପ୍ରାର୍ଥୀ ସୌଭିକ ଵିଶ୍ବାଳ ମହାନଦୀ ବିହାରରୁ ହଜାର ହଜାର ସମର୍ଥକଙ୍କ ସହ ବିଶାଳ ଶୋଭାଯାତ୍ରାରେ ଆସି କଟକ ଉପଜିଲ୍ଲାପାଳଙ୍କ ଅଫିସରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଚୌଦ୍ବାର କଟକରେ ସରକାର ଵ୍ୟାପକ ଉନ୍ନୟନମୂଳକ କାମ କରିଛନ୍ତି। ଏହି ଉନ୍ନୟନମୂଳକ କାମକୁ ଆଗାମୀ ସୋପାନରେ ପହଞ୍ଚାଇବା ପାଇଁ ଓ ନବୀନ ପଟ୍ଟନାୟକଙ୍କୁ ଷଷ୍ଠଥର ମୁଖ୍ୟମନ୍ତ୍ରୀ କରି ଇତିହାସ ରଚିଵା ପାଇଁ ଭୋଟର ମାନେ ଵିଜେଡି ସପକ୍ଷରେ ମତଦାନ କରିବେ ଵୋଲି କହିଛନ୍ତି ସୌଭିକ ବିଶ୍ବାଳ। 

ଏହାସହ କଟକ ସଦର ଵିଜେଡ ବିଧାୟକ ପ୍ରାର୍ଥୀ ଚନ୍ଦ୍ରସାରଥି ବେହେରା ମଧ୍ୟ ଖାନନଗର ଛକରୁ ଵଡ ଶୋଭାଯାତ୍ରାରେ ଆସି କଟକ ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ନାମାଙ୍କନପତ୍ର ଦାଖଲ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.