T 20 World Cupରେ ବିଜୟର ଚୌକା ମାରିଲା ଭାରତ, ୧୭ ରନରେ ହାରିଲା ନେଦରଲାଣ୍ଡ

NEWS7
allocation-of-48000-crore-in-three-key-schemes-to-compete-with-china-vietnam

ଅହମ୍ମଦାବାଦ: ଟି-୨୦ ବିଶ୍ଵକପ୍ ୨୦୨୬ରେ ନିଜର ଶେଷ ମ୍ୟାଚରେ ଭାରତ ୧୭ ରନରେ ନେଦରଲାଣ୍ଡକୁ ହରାଇଛି। ଏହା ସହିତ ଲିଗରେ ସମସ୍ତ ୪ଟି ମ୍ୟାଚ୍ ଜିତିଛି ଭାରତ। ଫେବୃଆରୀ ୨୨ରେ ସୁପର-୮ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ନିଜର ପ୍ରଥମ ମ୍ୟାଚ୍ ଖେଳିବ ଭାରତ। ଆଜିର ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୬ ଓ୍ଵିକେଟ୍ ହରାଇ ୧୯୩ ରନ କରିଥିଲା। ଶିବମ ଦୁବେ ୬୬ ରନର ଦମଦାର ଇନିଂସ ଖେଳିଥିଲେ। ଜବାବରେ ନେଦରଲାଣ୍ଡ ବ୍ୟାଟିଂରେ ଭଲ ପ୍ରଦର୍ଶନ କରି ୭ ଓ୍ଵିକେଟ୍ ହରାଇ ୧୭୬ ରନ କରି ପାରିଛି। ଦଳ ପକ୍ଷରୁ କୌଣସି ବ୍ୟାଟର ବଡ଼ ଇନିଂସ ଖେଳି ପାରି ନ ଥିଲେ। ବୋଲିଂରେ ଭାରତ ପକ୍ଷରୁ ବରୁଣ ଚକ୍ରବର୍ତ୍ତୀ ୩ ଓ୍ଵିକେଟ୍ ନେଇ ଦଳ ବିଜୟରେ ଉଲ୍ଲେଖନୀୟ ଯୋଗଦାନ ଦେଇଛନ୍ତି।

Updating...