ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର, ୫୪ ବର୍ଷ ବୟସରେ ପରଲୋକ,

NEWS7
all-banks-in-puri-city-will-be-working-from-tuesday-says-odisha-chief-secretary

ଭୁବନେଶ୍ୱର ୨୫।୦୧: ଶେଷରେ ହାରିଗଲେ ଦାଦା । ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲେ ଅଭିଜିତ ମଜୁମଦାର। ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଅଭିଜିତ ପରଲୋକ । ଦୀର୍ଘ ଦିନ ଧରି ଏମ୍ସରେ ଚିକିତ୍ସାଧିନ ଥିଲେ ଅଭିଜିତ୍ ମଜୁମଦାର।

ଓଲିଉଡ୍ ଇଣ୍ଡଷ୍ଟିରରେ ଚର୍ଚ୍ଚିତ ନାଁ ହେଉଛନ୍ତି ଅଭିଜିତ । କିନ୍ତୁ କିଛି ଦିନ ହେଲା ସେ ଅସୁସ୍ଥ ଥିଲେ । ତାଙ୍କୁ ପ୍ରଥମେ ଏମ୍ସରେ ଭର୍ତ୍ତି କରାଯାଇଥିଲା । ସେ ଲିଭର ସିରୋସିସରେ ପୀଡିତ ଥିଲେ । କିନ୍ତୁ ପରେ ସେ ସୁସ୍ଥ ହୋଇ ଘରକୁ ଫେରିଥିଲେ । ଏବେ କିନ୍ତୁ ତାଙ୍କର ପରଲୋକ ଘଟିଥିବା ନେଇ ଖବର ଆସିଛି । ଓଲିଉଡ ତଥା ଓଡିଆ, ସମ୍ବଲପୁରୀ ଫିଲ୍ମ ଏବଂ ଆଲବମରେ ସେ ଅନେକ ଗୀତ ଗାଇବା ସହ ନିର୍ଦ୍ଦେଶନା ଦେଇଛନ୍ତି । ସେ ଗାଇଥିବା ଅମେକ ଗୀତ ସୁପର ହିଟ୍ ହୋଇଛି ।