କୋର୍ଟଙ୍କ ରାୟ ପୂର୍ବରୁ ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ ପୀୟୁଷ ତ୍ରିପାଠୀ, କହିଲେ- ମୋ ବିବାଦର ବିଚାର ମହାପ୍ରଭୁ କରିବେ

NEWS7
agyanmala-bije-to-chariots-of-holy-trinity

ପୁରୀ ୧୯।୧: ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଆର୍ଶୀବାଦ ନେଇଛନ୍ତି ଯାତ୍ରା ଜଗତର ଚର୍ଚ୍ଚିତ ଚେହେରା ପୀୟୁଷ ତ୍ରିପାଠୀ। ସୂର୍ଯ୍ୟ ମନ୍ଦିର ଅନୁଷ୍ଠାନ ସହ ଚୁକ୍ତି ଖିଲାପ ଅଭିଯୋଗରେ ପୀୟୂଷଙ୍କ ଗୋଡରେ ପଡିଛି ଆଇନର ବେଡି। ପୀୟୂଷ ମଧ୍ୟ ଓକିଲଙ୍କ ଜରିଆରେ ନିଜ ପକ୍ଷ ରଖିଛନ୍ତି । ତେବେ ଆସନ୍ତା ଦିନରେ ଖଣ୍ଡଗିରିର ଯାତ୍ରା ମଞ୍ଚରେ ପୀୟୂଷ ଚଢି ପାରିବେ କି ନାହିଁ ସେନେଇ ଦର୍ଶକଙ୍କ ମନରେ ସସପେନ୍ସ ଲାଗି ରହିଛି । ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ପରେ ପ୍ରତିକ୍ରିୟା ଦେଇଛନ୍ତି ଯାତ୍ରା ବାଦଶାହା ପୀୟୂଷ ତ୍ରିପାଠୀ। ମହାପ୍ରଭୁଙ୍କ ଦର୍ଶନ କରି ସେ ବେଶ୍ ଖୁସି ପ୍ରକଟ କରିଛନ୍ତି। ମୋତେ ନେଇ ଯେଉଁ ବିବାଦ ଉପୁଜିଛି ତାହା ମହାପ୍ରଭୁ ବିଚାର କରିବେ। ମୁଁ ଧର୍ଯ୍ୟ ଧରି ଅପେକ୍ଷା କରିଛି। ଦର୍ଶକଙ୍କ ଭଲପାଇବା ଓ ଆଶୀର୍ବାଦ ରହିବ ଓ ମହାପ୍ରଭୁଙ୍କ ଆଶୀର୍ବାଦ ରହିବ ମୁଁ ନିଶ୍ଚୟ ମଞ୍ଚ ଚଢିବି ବୋଲି ପୀୟୂଷ କହିଛନ୍ତି । ଯେଉଁମାନେ ମୋ ବିରୁଦ୍ଧରେ ଯାଇଛନ୍ତି ସେମାନଙ୍କର ବହୁତ ଅହଙ୍କାର ହୋଇଛି ଓ ନିଜକୁ ମୁଁ ବୋଲି ଭାବୁଛନ୍ତି । ତେଣୁ ଆଶା ଅଛି ଖଣ୍ଡଗିରି ମେଳାରେ ମୁଁ ନିଶ୍ଚିତ ଯାତ୍ରା ପରିବେଷଣ କରିବି ବୋଲି ମହାପ୍ରଭୁଙ୍କ ଦର୍ଶନ ପରେ ପୀୟୂଷ ପ୍ରତିକ୍ରିୟା ରଖିଛନ୍ତି ।