ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା, ତିନି ଜଣକୁ ବାନ୍ଧିଲା ପୋଲିସ

NEWS7
60-year-old-man-was-arrested-for-allegedly-raping-a-25-year-old-woman-in-bandra

ବ୍ରହ୍ମପୁର: ଗୋଳନ୍ଥରା ଥାନା ତୁଳୁ ନିକଟରେ ଭାବଗ୍ରାହୀ ଓରଫ କାହ୍ନା ଗୌଡ଼ଙ୍କୁ ଘାତକ ଆକ୍ରମଣ ଘଟଣାରେ ତିନିଜଣଙ୍କୁ ଗିରଫ କରିଛି ପୋଲିସ। ବାଘଲଟି ଗାଁରୁ ତୁଳୁ ଗାଁ ଯିବା ବେଳେ ତୁଳୁ ନିକଟରେ ଗତ ୧୮ ତାରିଖରେ କରିଥିଲେ ଘାତକ ଆକ୍ରମଣ। ଏଥିରେ ଭାବଗ୍ରାହୀଙ୍କ ମୁଣ୍ଡରେ ଲାଗିଥିଲା ଆଘାତ।

ତାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ତେବେ ଘଟଣାର ତଦନ୍ତ କରି ପୁଲିସ ଏହି ତିନି ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସ.ପି।