ପ୍ୟାଭିଲିୟନ ଫେରୁଥିଲେ ଜଣଙ୍କ ପରେ ଜଣେ ବ୍ୟାଟର୍, କିନ୍ତୁ ଗମ୍ଭୀରଙ୍କ ଗୋଟିଏ କଥା ବଦଳାଇ ଦେଲା ସବୁ କିଛି

NEWS7
5-t-secretary-v-k-pandian-review-at-malkangiri

ମୁମ୍ବାଇ,|୦୨ :ଗୋଟିଏ ପରେ ଗୋଟିଏ ଓ୍ୱିକେଟ୍ ପଡି ଚାଲିଥିଲା । ଆଶା କରୁଥିଲେ ସମସ୍ତେ ୩୦୦ ଟପିବ ସ୍କୋର । ଆମେରିକା ବିରୋଧରେ ବଡ ଲକ୍ଷ୍ୟ ରଖିବ ଭାରତ । ଅଭିଷେକ ଶର୍ମା ଏବଂ ଇଶାନ କିଷାନ ଶତକ ଲଗାଇବେ । କିନ୍ତୁ ସେପରି କିଛି ହେଲାନାହିଁ । ଓଲଟା ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କଲା ଭାରତ । ବିନା କୌଣସି ରନରେ ଆଉଟ୍ ହୋଇଗଲେ ଅଭିଷେକ । ତାଙ୍କ ପଛକୁ ପଛ ଇଶାନ ଏବଂ ତିଲକ ବର୍ମା ବି ଫେରିଲେ ପ୍ୟାଭିଲିୟନ । ରନ୍ ୫୦ ଛୁଇଁବା ଆଗରୁ ୪ଟି ଓ୍ୱିକେଟ୍ ପଳାଇଥିଲା ।

ତେବେ ଦଳର ବ୍ୟାଟିଂ ମଙ୍ଗ ସମ୍ଭାଳିଥିଲେ ଅଧିନାୟକ ସୂର୍ଯ୍ୟ କୁମାର ଯାଦବ । ସେ ଏକାକି ଲଢିଥିଲେ । ବିସ୍ଫୋରକ ଅର୍ଧଶତକ ହାସଲ କରିଥିଲେ । ଫଳରେ ଦଳ ୧୬୧ ରନ୍ ସ୍କୋର୍ କରିପାରିଥିଲା । ଏହାସହ ମ୍ୟାଚକୁ ମଧ୍ୟ ୨୯ ରନରେ ଜିତିନେଇଥିଲା । ତେବେ ଦଳର ବ୍ୟାଟିଂ ବିପର୍ଯ୍ୟୟକୁ କିପରି ସେ ମୁକାବିଲା କଲେ ସେନେଇ ମ୍ୟାଚ୍ ପରେ କହିଛନ୍ତି ସ୍କାଏ ।

ସୂର୍ଯ୍ୟ କହିଛନ୍ତି ଯେ, ସେମାନେ ଏପରି ହେବ ବୋଲି ଆଶା କରିନଥିଲେ । କିନ୍ତୁ ଆଗକୁ ଆହୁରି ଭଲ ବ୍ୟାଟିଂ କରିବେ । ମ୍ୟାଚରୁ ବହୁତ କିଛି ଶିଖିବାକୁ ମିଳିଥିଲା । ତାଙ୍କ ଉପରେ ଚାପ ରହିଥିଲା । କିନ୍ତୁ ସେ ଚାପକୁ ସ୍ୱୀକାର କରି ବ୍ୟାଟିଂ କରିଥିଲେ । ଯଦି ସେ ଶେଷ ଯାଏଁ ବ୍ୟାଟିଂ କରିପାରିବେ ତାହାଲେ ପରିସ୍ଥିତି ଅଲଗା ହେବ ବୋଲି ତାଙ୍କ ମନକୁ ବରମ୍ବାର ଆସୁଥିଲା । ଏହି ସମୟରେ କୋଚ୍ ଗୌତମ ଗମ୍ଭୀରଙ୍କ ପରାମର୍ଶ ତାଙ୍କୁ ବହୁତ ସାହାଯ୍ୟ କରିଥିଲା ।

ସେ ଆହୁରି କହିଛନ୍ତି ଯେ, ପିଚ୍ ଭିନ୍ନ ଥିଲା । ଏଠାରେ ୧୮୦-୧୯୦ ରନ୍ ସ୍କୋର କରିବା ସହଜ ନୁହେଁ । କିନ୍ତୁ ଗମ୍ଭୀର ୧୪ ଓଭର ପରେ ସମାନ କଥା କହିଥିଲେ । ଶେଷ ଯାଏଁ ବ୍ୟାଟିଂ କରିବାକୁ ,ତାଙ୍କୁ ପରାମର୍ଶ ଦେଇଥିଲେ । ଏହା ଫଳରେ ବଡ ସ୍କୋର କରାଯାଇପାରିବ । ଯାହା ବହୁତ ସାହାଯ୍ୟ କରିଥିଲା ।

ସୂର୍ଯ୍ୟ ଆହୁରି କହିଛନ୍ତି ଯେ, ଓ୍ୱାଙ୍ଖଡେରେ ସେ ଅନେକ କ୍ରିକେଟ୍ ଖେଳିଛନ୍ତି । ଷ୍ଟାଡିୟମ ଏବଂ ପିଚ୍ କୁ ସେ ଭଲ ଭାବେ ଜାଣିଛନ୍ତି । ଯାହା ତାଙ୍କୁ ସପୋର୍ଟ କରିଥିଲା । ଏକଦା ସ୍କୋର ୭୭ ରନରେ ୬ ଓ୍ୱିକେଟ୍ ଥିଲା । ହେଲେ ଏହାକୁ ସେ ୧୬୧ ରେ ପହଁଚାଇବାରେ ସକ୍ଷମ ହୋଇଥିବା ପ୍ରକାଶ କରିଛନ୍ତି ।