ପାରିବାରିକ କଳହର କରୁଣ ପରିସ୍ଥିତି, ଜେଜେଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା

NEWS7
5-lakh-covaxin-doses-will-reach-in-odisha-on-31-april

ଦିଗପହଣ୍ଡି ୦୨/୦୧: ବାଃ ବାଃରେ ନାତି । ଭୁଲିଗଲେ ରକ୍ତର ସମ୍ପର୍କ । ସାମାନ୍ୟ କଳହରୁ ପାସୋରିଗଲେ ମାନବିକତା । ପାରିବାରକ ବିବାଦରୁ ଜେଜେଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲେ ଦୁଇ ନାତି । ଗଞ୍ଜାମ ଦିଗପହଣ୍ଡି ବ୍ଲକ ଅଧିନ ଚଷାନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ମୃତକ ହେଉଛନ୍ତି ସନ୍ୟାସୀ ଗୌଡ଼ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ହତ୍ୟା ମାମଲା ରୁଜୁ କରି ଦୁଇ ନାତିଙ୍କୁ ଖୋଜୁଛି ।

ସୂଚନା ଥାଉକି, ପାରିବାରିକ ବିବାଦକୁ କେନ୍ଦ୍ର କରି ଦୁଇ ନାତି ଚିକୁନ ଗୌଡ଼ ଓ ଶିବ ଗୌଡ଼ ଜେଜେଙ୍କ ସହ ଗଣ୍ଡଗୋଳ କରିଥିଲେ । ପରିସ୍ଥିତି ଏମିତି ହୋଇଥିଲା ଯେ, ଅଧିକ ରାଗିଯାଇ ନିୟନ୍ତ୍ରଣ ହରାଇ ବସିଥିଲେ ନାତି । କିଛି ସମୟ ପରେ ସେମାନେ ଉତକ୍ଷିପ୍ତ ହୋଈ ଜେଜେ ଧରି ଚାଲୁଥିବା ଠେଙ୍ଗାକୁ ଛଡ଼ାଇନେଇଥିଲେ ।

ଆଉ ସେହି ବାଡିରେ ଜେଜେଙ୍କ ମୁଣ୍ଡକୁ ବାରମ୍ବାର ଶକ୍ତ ଆଘାତ ଦେବାରୁ ସେ ଗୁରୁତର ହୋଇଯାଇଥିଲେ । ସଂଗେ ସଂଗେ ସେଠାରେ ଉପସ୍ଥିତ ସ୍ଥାନୀୟ ଲୋକେ ଜେଜେଙ୍କୁ ଉଦ୍ଧାର କରି ଦିଗପହଣ୍ଡି ମେଡିକାଲ ଆଣିଥିଲେ । ହେଲେ ଆଘାତ ଏତେ ଜୋରରେ ଥିଲା ଯେ, ଡ଼ାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ସେପଟେ ଘଟଣା ପରେ ଫେରାର୍ ଅଛନ୍ତି ଦୁଇ ନାତି ।