explosion in pakistan: ଥରିଲା ପାକିସ୍ତାନର ରାଜଧାନୀ; ଭୟଙ୍କର ବିସ୍ଫୋରଣ ଚାଲିଗଲା ୧୦ ଜୀବନ, ଏକାଧିକ ଆହତ

NEWS7
386-covid-patient-has-recovered-in-odisha-last-24-hours

ଇସ୍ଲାମାବାଦ: ଶୁକ୍ରବାର ପାକିସ୍ତାନରେ ପୁଣି ଏକ ଭୟଙ୍କର ବୋମା ବିସ୍ଫୋରଣ ହୋଇଛି। ଏଥିରେ ବର୍ତ୍ତମାନ ସୁଦ୍ଧା ୧୦ ଜଣଙ୍କର ମୃତ୍ୟୁ ହୋଇଛି। ଡନର ରିପୋର୍ଟ ଅନୁଯାୟୀ, ପାକିସ୍ତାନ ରାଜଧାନୀ ଇସ୍ଲାମାବାଦର ଶେହଜାଦ ଟାଉନ୍ ଅଞ୍ଚଳର ତରଲାଇ ଇମାମବାରଗାରେ ଏହି ବିସ୍ଫୋରଣ ଘଟିଛି। ଶୁକ୍ରବାର ନମାଜ ବେଳେ ଏହି ବିସ୍ଫୋରଣ କରାଯାଇଥିବା ମିଡିଆରେ ଖବର ପ୍ରକାଶ ପାଇଛି। 

ପାକିସ୍ତାନ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ (ପିଆଇଏମ୍ଏସ୍)ର ଜଣେ ମୁଖପାତ୍ରଙ୍କ ଠାରୁ ରିପୋର୍ଟ ନେଇନ ଏକ୍ସପ୍ରେସ୍ ଟ୍ରିବ୍ୟୁନ୍ ରିପୋର୍ଟ କରିଛି ଯେ ବର୍ତ୍ତମାନ ହସ୍ପିଟାଲରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି। ଆହତମାନଙ୍କୁ ଚିକିତ୍ସା ପାଇଁ ପିଆଇଏମ୍ଏସ୍ ଏବଂ ପଲିକ୍ଲିନିକ୍ ସ୍ଥାନାନ୍ତର କରାଯାଉଛି।