ସତ୍ୟବିହାର ଅଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳୁଛି ହୋଟେଲ

NEWS7
33th-ali-india-postal-chess-tournament-held

ଭୁବନେଶ୍ୱର ୧୨/୧୨: ଭୁବନେଶ୍ୱର ସତ୍ୟବିହାର ଅଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ । ହୁତୁହୁତୁ ହୋଇ ଜଳିଲା ହୋଟେଲ, ଧୂଆଁମୟ ହେଲା ଅଞ୍ଚଳ । ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ବାହିନୀ । ସ୍ଥିତି ଏମିତି ହୋଇଥିଲା ପାଖରେ ଥିବା ଫର୍ଣ୍ଣିଚର୍ ଦୋକାନକୁ ବ୍ୟାପିଥିଲା ନିଆଁ । ତେବେ ଦୀର୍ଘ ସମୟ ପରେ ନିଆଁ ଲିଭାଇବାରେ ସଫଳ ହୋଇଥିଲା ଅଗ୍ନିଶମ ବାହିନୀ । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବାବେଳେ ଅଗ୍ନିଶମ ଅଧିକାରୀ କହିଛନ୍ତି ଯେ, ବିନା ଲାଇସେନ୍ସରେ ଚାଲିଥିଲା । 

​​​​​​​

ସୂଚନା ଥାଉକି, ଭୁବନେଶ୍ୱର ସତ୍ୟବିହାର ସ୍ଥିତ ଏକ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ । ହୁତୁହୁତୁ ହୋଇ ଜଳିଥିଲା ହୋଟେଲ୍, ଧୂଆଁମୟ ପରିବେଶ ହୋଇଥିଲା । ପାଖରେ ଥିବା ଫର୍ଣ୍ଣିଚର୍ ଦୋକାନକୁ ବ୍ୟାପିଥିଲା ନିଆଁ । ତେବେ ନିଆଁ ସମ୍ପୂର୍ଣ୍ଣ ଆୟତ୍ତ ହୋଇଥିବା ଚିଫ୍ ଫାୟାର ଅଫିସର ରମେଶ ମାଝୀ ସୂଚନା ଦେଇଛନ୍ତି । ନିଆଁ ଲିଭା କାର୍ଯ୍ୟରେ ୨ ଦମକଳ ଗାଡ଼ି ନିୟୋଜିତ ହୋଇଥିଲେ । ନିଆଁକୁ ଆୟତ୍ତ କରିବାକୁ ପ୍ରାୟ ୧ ଘଣ୍ଟା ସମୟ ଲାଗିଥିଲା ।ତୁରନ୍ତ ନିଆଁକୁ ଆୟତ୍ତ କରାଯାଇଛି -୯ଟା ୧୫ ସୁଦ୍ଧା ଘଟଣାସ୍ଥଳରେ ପହଞ୍ଚିଥିଲା ଅଗ୍ନିଶମ ବାହିନୀ ସ୍ପଷ୍ଟ କରିଛି ।

ସେପଟେ ଭୟାବହ ଅଗ୍ନିକାଣ୍ଡ ପରେ କଟକ-ଭୁବନେଶ୍ୱର ରାସ୍ତାରେ ଯାତାୟତ ଠପ୍ ହୋଇଛି । ଲୋକେ ଏନ୍ଏଚ୍ ଉପରେ ଛିଡାହୋଇ ଅଗ୍ନିକାଣ୍ଡ ଦେଖିବାରେ ଲାଗିଛନ୍ତି । ସ୍ଥିତି ସ୍ୱାଭାବିକ କରୁଛି ଅଗ୍ନିଶମ ବାହିନୀ ।