ଆଇନକୁ ନାହିଁ ଖାତିର, କୋର୍ଟ ସମ୍ମୁଖରେ ଟାଙ୍ଗିଆରେ ହାଣି ଯୁବକଙ୍କୁ ହତ୍ୟା

NEWS7
3-doctors-and-14-nurses-in-the-quarantine

ଭଞ୍ଜନଗର ୫।୩: ରାଜ୍ୟରେ ଦିନକୁ ଦିନ ବଢ଼ିଚାଲିଛି ଅପରାଧ । ଆଇନକୁ ଖାତିର କରୁନାହାନ୍ତି ଅପରାଧୀ । ଦିନ ଦ୍ବିପ୍ରହରରେ ଫୁଟୁଛି ଗୁଳି, ବୁଲୁଛି ଖଣ୍ଡା । ଅସାମାଜିକଙ୍କ ଦୌରାତ୍ମ୍ୟରେ ଭୟଭୀତ ସାଧାରଣ ଜନତା । ଗଞ୍ଜାମ ଜିଲ୍ଲାରେ ଏଭଳି ଏକ ଘଟଣା ସମସ୍ତଙ୍କ ଛାତି ଥରାଇ ଦେଇଛି । କୋର୍ଟ ସମ୍ମୁଖରେ ଯୁବକଙ୍କୁ ହାଣିଦେଲେ । କାମ ସାରି ଫେରିବା ବେଳେ ଭଞ୍ଜନଗରକୋର୍ଟ ସମ୍ମୁଖରେ ଯୁବକଙ୍କୁ ଟାଙ୍ଗିଆରେ ହାଣିଦେଲେ ଦୁର୍ବୃତ୍ତ । ମୃତ ଯୁବକ ଜଣକ ହେଲେ ବୁଦୁଲି ଗାଁର ଅଶୋକ ସ୍ୱାଇଁ । ଗଞ୍ଜାମ ଭଞ୍ଜନଗରରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ଏ ଖବର ବି ପଢ଼ନ୍ତୁ:- ଥରେ ହ୍ବିପ୍ ଜାରି ହେବା ପରେ କୌଣସି ବିଧାୟକ କ୍ରସ୍ ଭୋଟ୍ କରିପାରିବେ ନାହିଁ

ସୂଚନାଯୋଗ୍ୟ ଯେ, ଅଶୋକ ସ୍ବାଇଁ କୌଣସି ଏକ କାମରେ ଭଞ୍ଜନଗର ଏଡିଜେ କୋର୍ଟକୁ ଆସିଥିଲେ । ସେ କାମସାରି ବାଇକ୍ ଯୋଗେ ଫେରୁଥିବା ବେଳେ କୋର୍ଟ ସମ୍ମୁଖରେ ଟାଙ୍ଗିଆରେ ଚୋଟ ପରେ ଚୋଟ ପକାଇଲେ ଦୁର୍ବୃତ୍ତ । ଫଳରେ ଯୁବକ ଜଣଙ୍କ ଗୁରୁତର ହୋଇଥିଲେ । ସ୍ଥାନୀୟ ଲୋକେ ଗୁରୁତର ଯୁବକଙ୍କୁ ଉଦ୍ଧାର କରି ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରିଥିଲେ । ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।

ଏ ଖବର ବି ପଢ଼ନ୍ତୁ:-ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଅମିତ ଶାହ, CISFର ପ୍ରତିଷ୍ଠା ଦିବସରେ ଦେବେ ଯୋଗ

ତେବେ ଅଭିଯୁକ୍ତ ଜଣକ କୋର୍ଟରେ ଆତ୍ମସମର୍ପଣ କରିଥିବା ବେଳେ ପୋଲିସ ଥାନାରେ ଅଟକ ରଖିଛି । ଅଭିଯୁକ୍ତ ପଢ଼ାଳ ଗ୍ରାମର ଦିଲ୍ଲୀପ ଜେନା ବୋଲି ଜଣାପଡିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ହତ୍ୟା କରାଯାଇଥିବା ଜଣାପଡିଛି । ପୋଲିସ ଘଟଣାର ଅଧିକ ତଦନ୍ତ କରୁଛି ।