ସୋନପୁର ବଲାଙ୍ଗୀର NH-57 ହରଡାଖୋଳରେ ବସ ଦୁର୍ଘଟଣା,୨ ମୃତ

Published By : Prameya-News7 Bureau | April 28, 2024 IST

ସୋନପୁର୨୮/୪: ରାସ୍ତା କାଡରେ ଠିଆ ହୋଇଥିବା ଟ୍ରକକୁ ପିଟିଲା ଯାତ୍ରୀବାହୀ ବସ୍‌ । ୨ମୃତ, ଜଣେ ଗୁରୁତର । ସୋନପୁର ବଲାଙ୍ଗୀର NH-57 ହରଡାଖୋଳ ଠାରେ  ଦୁର୍ଘଟଣା । ଯାତ୍ରୀବାହୀ ପ୍ରଧାନ ବସ ଜୟପୁରରୁ କଟକ ଯାଉଥିବାବେଳେ  ହରଡାଖୋଳ ଠାରେ ଠିଆ ହୋଇଥିବା ଟ୍ରକ ସହ ପିଟି ହୋଇ  ଦୁର୍ଘଟଣାଗ୍ରସ୍ତ ହୋଇଛି ।

ଘଟଣାସ୍ଥଳରେ ଡ୍ରାଇଭର ଡମ୍ବରୁ ଧର ସ୍ବାଇଁ ଓ ହେଲପର ଶିବରାମ ଗଉଡଙ୍କ ମୃତ୍ୟୁ ହୋଇଛି । ଗୁରୁତର କଣ୍ଡକ୍ଟର ସ୍ବାଧୀନ ଗଉଡଙ୍କୁ ସୋନପୁର ମେଡିକାଲରୁ ବୁର୍ଲା ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ତେବେ ବସରେ ଥିବା ୪୦ ଜଣ ଯାତ୍ରୀ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି । 

  • odisha news
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.