LIVE TV

କିଏ ସେ ଅରୁଣ ଖେତରପାଲ ? ଯିଏ ପାକିସ୍ତାନର ୧୦ଟି ଟ୍ୟାଙ୍କ କରିଥିଲେ ଧ୍ଵଂସ

NEWS7
2-bhk-flat-will-come-at-the-cost-of-1-liter-of-water

ନୂଆଦିଲ୍ଲୀ ୦୩।୧୧; "ଇକିସ୍‌ ଦି ଅନଟୋଲ୍ଡ ଟ୍ରୁ ଷ୍ଟୋରୀ ଅଫ୍ ସେକେଣ୍ଡ ଲେଫ୍ଟନାଣ୍ଟ ଅରୁଣ ଖେତରପାଲ"ର ଦମ୍‌ଦାର ଟ୍ରେଲର ରିଲିଜ୍ ହୋଇଛି। ଫିଲ୍ମରେ ଅଗସ୍ତ୍ୟ ନନ୍ଦା ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଟ୍ରେଲରରେ ତାଙ୍କର ଚମତ୍କାର ଅଭିନୟ ଦେଖିବାକୁ ମିଳିଛି। ଯେଉଁଥିରେ ସେ ଅରୁଣ ଖେତରପାଲଙ୍କ ଚରିତ୍ରକୁ ପରଦାକୁ ଆଣିଛନ୍ତି। ଶ୍ରୀରାମ ରାଘବନଙ୍କ ନିର୍ଦ୍ଦେଶିତ ଏହି ଟ୍ରେଲର ରିଲିଜ୍ ହେବା ପରଠାରୁ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି। ଫିଲ୍ମଟି ୧୯୭୧ ଭାରତ-ପାକ୍ ଯୁଦ୍ଧର କାହାଣୀକୁ ନେଇ ଚିତ୍ରଣ କରାଯାଉଛି। ଯୁବ ବୟସରେ ଲେଫ୍ଟନାଣ୍ଟ ଅରୁଣ ଖେତରପାଲଙ୍କ ବୀରତ୍ୱପୂର୍ଣ୍ଣ ବଳିଦାନର କାହାଣୀକୁ ପରଦାରେ ସୁନ୍ଦର ଭାବରେ ଦେଖାଯାଇଛି। ଟ୍ରେଲରଟି ପୂର୍ବରୁ ପ୍ରଶଂସା ସାଉଁଟି ସାରିଥିବା ବେଳେ, ଆସନ୍ତୁ ଜାଣିବା ସେହି ପ୍ରକୃତ ନାୟକଙ୍କ ବିଷୟରେ ଯାହାଙ୍କ ଉପରେ ଫିଲ୍ମଟି ଆଧାରିତ।

ଅରୁଣ ଖେତରପାଲ କିଏ ଥିଲେ?

ଅରୁଣ ଖେତରପାଲ ମହାରାଷ୍ଟ୍ରରେ ଜନ୍ମଗ୍ରହଣ କରିଥିଲେ। ସେ ଭାରତୀୟ ସେନାର "ପୁନା ହର୍ସ" ରେଜିମେଣ୍ଟର ଅଂଶ ଥିଲେ। ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ସେ ସହିଦ ହୋଇଥିଲେ । କମ୍‌ ବୟସରେ ଅରୁଣ ନିଜ ଦେଶ ପାଇଁ ନିଜ ଜୀବନକୁ ବଳିଦାନ ଦେଇଥିଲେ। ୨୧ ବର୍ଷ ବୟସରେ, ସେ ଭାରତୀୟ ସେନାର ଜଣେ ଅଧିକାରୀ ଥିଲେ ବସନ୍ତର ନଦୀ ନିକଟରେ ୧୯୭୧ ମସିହାରେ ହୋଇଥିବା ଯୁଦ୍ଧରେ, ଅରୁଣ କ୍ଷେତ୍ରପାଲଙ୍କ ଟ୍ୟାଙ୍କ ପାକିସ୍ତାନୀମାନେ ଧ୍ୱଂସ କରିଦେଇଥିଲେ। ତଥାପି, ସେ ସାହସ ସହିତ ଲଢ଼େଇ ଜାରି ରଖିଲେ, ନିଜ ଜୀବନକୁ ବାଜି ଲଗାଇଥିଲେ ପାକ୍‌ର ଅନେକ ଟ୍ୟାଙ୍କକୁ ନଷ୍ଟ କରିଥିଲେ। ଭାରତୀୟ ସେନାର ସାହସୀ ସୈନିକଙ୍କ ମଧ୍ୟରେ ଅରୁଣ କ୍ଷେତ୍ରପାଲଙ୍କ ନାମ ସାମିଲ।  ଯାହାର ଉଦାହରଣ ଏବେ ବି ଭାରତୀୟ ସେନାର ଅନ୍ୟ ସୈନିକମାନେ ଦିଅନ୍ତି। ତାଙ୍କ ବଳିଦାନ ପାଇଁ, ଅରୁଣ କ୍ଷେତ୍ରପାଲଙ୍କୁ ସର୍ବୋଚ୍ଚ ସାମରିକ ସମ୍ମାନ, ପରମ ବୀର ଚକ୍ର ପ୍ରଦାନ କରାଯାଇଥିଲା।

ଫିଲ୍ମ କାଷ୍ଟ

ଶ୍ରୀରାମ ରାଘବନଙ୍କ ନିର୍ଦ୍ଦେଶିତ, "ଇକିସ୍‌’ରେ ଅଗସ୍ତ୍ୟ ନନ୍ଦ ଅରୁଣ ଖେତରପାଲ ଭୂମିକାରେ ଅଭିନୟ କରିଛନ୍ତି। ଏହି ଚଳଚ୍ଚିତ୍ରରେ ତାଙ୍କ ବ୍ୟକ୍ତିଗତ ଜୀବନକୁ ମଧ୍ୟ ଅନୁସନ୍ଧାନ କରାଯାଇଛି। ଅଗସ୍ତ୍ୟ ନନ୍ଦଙ୍କ ସହିତ, ଜୟଦୀପ ଆହଲାୱତ, ଧର୍ମେନ୍ଦ୍ର ଏବଂ ସିମର ଭାଟିଆ ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଏହା ଡିସେମ୍ବର ୨୦୨୫ରେ ସିନେମା ହଲରେ ମୁକ୍ତିଲାଭ କରିବ।